Odisha news

ଶେଷରେ ବଡଚଣାରୁ ବଦଳିହେଲେ ବିବାଦୀୟ ସି ଡି ପି ଓ ଭଗବତୀ ଗୁରୁ

0
ଚଣ୍ଡିଖୋଲ,୨୦/୧୨ : ବହୁ ବିବାଦରେ ଛନ୍ଦି ହୋଇ ଦୀର୍ଘଦିନ ହେବ ଚର୍ଚ୍ଚାରେ ରହିଥିବା ଯାଜପୁର ଜିଲ୍ଲାର ବଡଚଣା ବ୍ଳକ ଶିଶୁ ବିକାଶ ଯୋଜନା ଅଧିକାରୀଣୀ (ସିଡିପିଓ) ଭଗବତୀ ଗୁରୁଙ୍କୁ ଶେଷରେ ଏଠାରୁ ଅନ୍ୟତ୍ର ବଦଳୀ କରାଯାଇଛି! ତାଙ୍କୁ ହଠାତ  ଏଠାରୁ ବଦଳୀ କରାଯିବା ନେଇ ୧୯ ତାରିଖ ଅପରାହ୍ନରେ ରାଜ୍ୟ ମହିଳା ଓ ଶିଶୁ ଵିକାଶ ବିଭାଗର ଅତିରିକ୍ତ ସଚିବଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଯାରୀ କରାଯାଇ ତାଙ୍କୁ ତୁରନ୍ତ ଏଠାରୁ ରିଲିଭ କରିଦେବାକୁ କୁହାଯାଇଛି! ୧୯ ତାରିଖ ଦିନ ପ୍ରକାଶିତ ବିଭାଗୀୟ ପତ୍ର ସଂଖ୍ୟା ୨୮୦୭୯ ରେ ତାଙ୍କୁ ଏଠାରୁ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକକୁ ବଦଳି କରାଯାଇଛି! ସେ ଗତ କିଛିଦିନ ତଳେ ନିଜ କାର୍ଯ୍ୟଳୟର ଜଣେ ଶିଶୁ ବିକାଶ ସୁପରଭାଇଜରଙ୍କୁ ତାଙ୍କ କାର୍ଯ୍ୟାଳୟ ଭିତରେ ଚୁଟିଧରି ଘୋଷାଡି ଭିଷଣ ମାଡ ମାରିବା ଘଠଣା ସମଗ୍ର ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଥିଲା! ଯାହାକୁ ନେଇ ବଡଚଣା ଥାନାରେ ମାମଲା ଦାୟର ହେବାସହ ଯାଜପୁର ଜିଲ୍ଲାପାଳ ଘଟଣାର ତଦନ୍ତ ପାଇଁ ଜିଲ୍ଲା ଶିଶୁ ବିକାଶ ଅଧିକାରୀଙ୍କୁ ପଠାଇଥିଲେ@ ପରେ ପରେ ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଯାରୀ କରାଯାଇଥିଲା! ସେହି ଘଠଣା ପର ପରେ ସେ ପୁନର୍ବାର ନିଜ ଅଫିସ ଭିତରେ ବ୍ଳକ ମିଶନ ଶକ୍ତି ମହାସଂଘ ସଭାପତି ଓ ସମ୍ପାଦିକାଙ୍କୁ ଦୁର୍ବବ୍ୟହାର ପ୍ରଦର୍ଶନ କରି ବାହାର କରିଦେଇଥିଲେ! ଯାହାକୁ ନେଇ ଜିଲ୍ଲାପାଳ ଓ ରାଜ୍ୟ ଅଧିକାରୀଙ୍କ ପର୍ଯ୍ୟନ୍ତ କଥା ଯାଇଥିଲା! ସେହି ଦୁଇଟି ଘଟଣା ପରେ ମଧ୍ୟ ସିଡିପିଓଙ୍କ ଏପରି ବିବାଦୀୟ କାର୍ଯ୍ୟ ଥମିବା ପରିବର୍ତ୍ତେ ବୃଦ୍ଧି ପାଇଥିଲା! ବ୍ଳକର ଶାଳପଢା ପଞ୍ଚାୟତରେ ଅଙ୍ଗନବାଡି ସହାୟୀକା ନିଯୁକ୍ତିରେ ଅନିୟମିତତା କରି ଜଣେ ବିଧବା ଓ ଯୋଗ୍ୟା ପ୍ରାର୍ଥୀନୀଙ୍କୁ ବାଦଦେଇ ଅନ୍ୟଜଣେ ମହିଳାଙ୍କୁ ସେହି ପଦବୀରେ ନିଯୁକ୍ତି ଦେବା ଓ ସେଥିପାଇଁ ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ହୋଇଥିଲା! ଏହି ଘଟଣାକୁ ନେଇ ନିଯୁକ୍ତିରୁ ବଞ୍ଚିତ ହୋଇଥିବା ସପୃକ୍ତା ବିଧବା ମହିଳା ଗତ ୧୮ ତାରିଖ ଦିନ ବ୍ଳକରେ ଜନ ସୁଣାଣୀ ଚାଲିଥିଲା ବେଳେ ସୈଠାରେ ଧାରଣାରେ ବସିଥିଲେ! ଯାହାକୁ ନେଇ ଜିଲ୍ଲା ଓ ବ୍ଳକ ପ୍ରଶାସନକୁ ନିନ୍ଦିତ ହେବାକୁ ପଡିଥିଲା! ଏତେସବୁ ଘଟଣା ପରେ ତାଙ୍କୁ ଏଠାରୁ ବଦଳି କରାଯିବା ଅବସମ୍ଭାବୀ ହୋଇପଡିଥିଲା! ତେବେ ତାଙ୍କ ବଦଳି ପରେ ଶାଳପଡା ଅଙ୍ଗନବାଡି କେନ୍ଦ୍ରରେ ସହାୟିକା ନିଯୁକ୍ତିରୁ ବଞ୍ଚିତ ଯୋଗ୍ୟ ପ୍ରାର୍ଥୀନୀ ନୟନୀ ମହାନ୍ତିଙ୍କୁ ସମ୍ୟକ ନ୍ୟାୟ ମିଳିଛି ବୋଲି ପ୍ରତିକ୍ରିୟାରେ କହିଥିଲା ବେଳେ ସେହି ଘଟଣାର ଉପଯୁକ୍ତ ତଦନ୍ତକରି ସପୃକ୍ତ ସିଡିପିଓଙ୍କୁ ଚାକିରୀରୁ ନିଲମ୍ବନ କରାଯିବା ସହ ତାଙ୍କୁ ସହାୟିକା ପଦବୀରେ ନିଯୁକ୍ତି ଦେବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି!

Leave A Reply