Odisha news

ମୁ ବି ହେବି ନବୀନ ସାରଥୀ

0
କେନ୍ଦୁଝର  : କେନ୍ଦୁଝର ସହର ପାର୍କଲାଇନ ସ୍ଥିତ ଅଡିଟୋରିୟମ ଠାରେ ବିଜେଡି ଜିଲ୍ଲା ସଭାପତି ମାଧବ ସର୍ଦ୍ଧାରଙ୍କ ନେତୃତ୍ବରେ ଯୁବଛାତ୍ର ଜନତାଦଳ ପକ୍ଷରୁ ମୁଁ ବି ହେବି ନବୀନ ସାରଥି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ସଭାପତି ରାକେଶ ରାମ୍ ସଭାପତିତ୍ଵ କରିଥିଲେ । ରାଜ୍ୟ ଯୁବ ସଭାପତି ବ୍ୟାମକେଶ ରାୟ, ରାଜ୍ୟ ଛାତ୍ର ସଭାପତି ଦେବୀରଞ୍ଜନ ତ୍ରିପାଠୀ, କେନ୍ଦୁଝର ସହ ପର୍ଯ୍ୟବେକ୍ଷକ ସୁବ୍ରତ ଛଟେଇ, ରାଜ୍ୟ ଛାତ୍ରଯୁବ ସାଧାରଣ ସଂମ୍ପାଦକ ପ୍ରଣବ ବଳବନ୍ତରାୟ, ଘସିପୁରା ବିଧାୟକ ପ୍ରଫେସର ବଦ୍ରି ନାରାୟଣ ପାତ୍ର, ପାଟଣା ବିଧାୟକ ଜଗନ୍ନାଥ ନାଏକ, ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ, ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଯୋଗଦେଇଥିଲେ।
ଯୁବଗୋଷ୍ଠୀ ରାଜ୍ଯସରକାର ନବୀନ ପଟ୍ଟନାୟକଙ୍କ ସମସ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇ ସଫଳ କରିବାକୁ ଅତିଥିମାନେ ଉପସ୍ଥିତ ଦଳୀୟ କର୍ମୀଙ୍କୁ ଆଲୋକପାତ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୁବ ବିଜେଡି ଉପସଭାପତି ସୌମ୍ୟ ଶଙ୍କର ଚକ୍ର, କେସିସି ସଭାପତି କାନନ ବିହାରୀ ପହି, ପୂର୍ବତନ ସଭାପତି ଆଶିଷ ଚକ୍ରବର୍ତୀ, ଜିଲ୍ଲାପରିଷଦ ଅଧ୍ୟକ୍ଷା ସାଗରିକା ସାହୁ, ଜିଲ୍ଲା ମହିଳା ସଭାପତି ରମଣି ନାଏକ, ସଦର ବ୍ଳକ ଉପସଭାପତି ଜଗଦିଶ ଆପଟ୍ଟ, ଛାତ୍ର ସଭାପତି ଅବିନାଶ ପଟ୍ଟନାୟକ, ଜୀବନ ବିନ୍ଦୁର ଜିଲ୍ଲା ସଂଯୋଜକ ପ୍ରଦୀପ ସାହୁ ସମେତ ଜିଲ୍ଲା ସମସ୍ତ ନେତୃବୃନ୍ଦ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
Govt
Leave A Reply