Odisha news

ଆଠଗଡ଼ କୁ ଜିଲ୍ଲା ଦାବି ରେ ୧୨ଘଣ୍ଟିଆ ବନ୍ଦ

0
ଆଠଗଡ ୭-୧୨-୨୩ ଆଠଗଡ଼ କୁ ଜିଲ୍ଲା ଘୋଷଣା କରିବା ଦାବି ରେ ଆଜି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ  ଶାନ୍ତିପୂର୍ଣ୍ଣ ଭାବେ ସଫଳ ହୋଇଛି।ପୂର୍ବ ଘୋଷଣା ଅନୁଯାୟୀ ଆଜି ସକାଳ ୬ ଟାରୁ ଆଠଗଡ଼ ର ସମସ୍ତ ପ୍ରବେଶ ପଥ ଜଗନ୍ନାଥ ମନ୍ଦିର , ଚାନ୍ଦବାଲି ଛକ,କନ୍ତୋଲ‌ କଇଁଆଛକ ବୀରକିଶୋର ପୁର ପ୍ରଭୃତି ସ୍ଥାନରେ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନେ ପିକେଟିଂ କରି ଗାଡ଼ି ମଟର ଓ ଦୋକାନ ବଜାର ବନ୍ଦ କରିଥିଲେ।୧୦ଟା ବେଳକୁ ଆନ୍ଦୋଳନ କାରୀ ମାନେ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ କରିଥିଲେ।ବନ୍ଦ ମୋଟାମୋଟି ଶାନ୍ତି ଶୃଙ୍ଖଳା ରେ ପାଳନ ହୋଇଥିବା ବେଳେ ଅପରାହ୍ନରେ ବିଜେପି ନେତା ଅଭୟ ବାରିକ ଙ୍କ ସମର୍ଥକ ମାନେ ଆନ୍ଦୋଳନ ରେ ସାମିଲ ହୋଇଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା  ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଆଜିର ଆନ୍ଦୋଳନ ରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଫଣିଭୂଷଣ ରଥ ଜଗଦାନନ୍ଦ ତ୍ରିପାଠୀ ବିଜୟ ପରିଡା ପ୍ରକାଶ ସେଠୀ ପ୍ରମୁଖ ନେତୃତ୍ବ ନେଇଥିଲେ।

Leave A Reply