Odisha news

ନାବାଳିକାକୁ ଗଣଦୁଷ୍କର୍ମ ୪ ଜଣ ଗିରଫ

0

ଆନନ୍ଦପୁର(ସ୍ଵ. ପ୍ର) କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଜଳନଣ୍ଡା ଗାଁ ରେ ଜଣେ ବିଧବା ମହିଳାଙ୍କ ୧୭ ବର୍ଷିୟା ନାବାଳିକା କନ୍ଯା କୁ ଗଣଦୁଷ୍କର୍ମ ହୋଇଛି । ଅଭିଯୋଗ ପରେ ପୋଲିସ୍ ଗାଁ ରୁ ୪ଜଣ  ଅଭିଯୁକ୍ତ କୁ ଉଠାଇଆଣି ପଚାରା ଉଚାରା ପରେ ସେମାନେ ଦୋଷ ସ୍ବିକାର କରିଛନ୍ତି ।  ଅଭିଯୁକ୍ତ ମାନେ ଗାଁ ର ମେଦା ନାଇକ, ଚଗୁଲୁ ନାଇକ ,ବଳିଆ ନାଇକ ଓ କୁନା ନାଇକ  । ସମସ୍ତ ଅଭିଯୁକ୍ତ ସାବାଳକ , ସେମାନଙ୍କ ବିରୋଧରେ ୬ପୋକ୍ସୋ ଆକ୍ଟ ସହ ଆଇପିସି ଧାରା ୩୭୬ଡି, ୨୯୪, ୩୯୪, ୫୦୬ ଭଳି ଦଫା ଲଗାଇଛି ପୋଲିସ୍ । ଡାକ୍ତରୀ ମାଇନା ପରେ ସମସ୍ତ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ ହେବ ବୋଲି ପୋଲିସ୍ ସୂତ୍ରରୁ ଜଣା ପଡିଛି ।

ଏହି ଘଟଣାରେ ସାଇଣ୍ଟିଫିକ୍ ଟିମ୍ ମଧ୍ଯ ଘଟଣା ସ୍ଥଳ କୁ ଛାନଭିନ୍ କରିଛି । ଗ୍ରାମବାସୀ ମାନେ ଏହି ଘଟଣାରେ ଅଭିଯୁକ୍ତ ଙ୍କୁ କଠୋର ଦଣ୍ଡ ବିଧାନ ପାଇଁ ଦାବି କରିଛନ୍ତି । ଅଭିଯୋଗ ଅନୁଯାଇ ଗତ ୨୯ ତାରିଖ ସଂନ୍ଧ୍ଯା ରେ ପିଡିତା ନାବାଳିକା ଗାଁ ନିକଟ ନାଳରୁ ଶୌଚ ହୋଇ ଫେରୁଥିବା ସମୟରେ ଜଣେ ସମ୍ପର୍କୀୟ ଯୁବକସହ କଥା ହୋଇଥିଲେ । ଏହି ସମୟରେ ଅଭିଯୁକ୍ତ ୪ ଯୁବକ ପହଁଞ୍ଚି ପିଡିତା ଯୁବତୀକୁ ସେ ଯୁବକ ସହ କଣ କଥା ହେଉଛୁ ବୋଲି ପଚାରିଥିଲେ । ଏହାରୀ ମଧ୍ଯରେ ସଂପୃକ୍ତ ଯୁବକ ପଳାଇଥିବା ସୁଯୋଗ ପାଇ ୪ ଅଭିଯୁକ୍ତ ନାବାଳିକା କୁ ଟେକିନେଇ ନାଳ ଆରପାରି ଜଙ୍ଗଲରେ ଦୁଷ୍କର୍ମ କରିଥିଲେ ।

Nalco
Leave A Reply