ଆସିକା (ସୁଶାନ୍ତ କୁମାର ପଟ୍ଟନାୟକ):- ଗଂଜାମ ଜିଲ୍ଲା ଆସିକା ନିର୍ବାଚନ ମଣ୍ଡଳୀ ପକ୍ଷରୁ ନୂତନ ବର୍ଷ କୁ ସ୍ୱାଗତ କରି ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ଏକ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଜେଡି କର୍ମକର୍ତା ଓ କର୍ମୀ ଙ୍କୁ ନେଇ କବିସୂର୍ଯ୍ୟନଗର ଠାରେ ଯୁବ ବିଜେଡି ସଭାପତି ବ୍ରଜସୁନ୍ଦର ମଲିକଙ୍କ ଆବାହକତ୍ୱ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା।ଏହି କାର୍ଯ୍ୟକ୍ରମକୁ କବିସୂର୍ଯ୍ୟନଗର ବ୍ଲକ ସଭାପତି ତଥା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁରଥ ପ୍ରଧାନ ସଭାପତିତ୍ବ କରିଥବା ବେଳେ ବିଜେଡି ଗଞ୍ଜାମ ଜୋନ ସଭାପତି ଯୁବନେତା ନଚିକେତା ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
କବିସୂର୍ଯ୍ୟନଗର ବ୍ଲକ ର ୧୨ଟି ପଂଚାୟତ ର ନିର୍ବାଚିତ ପ୍ରତିନିଧି, କର୍ମକର୍ତ୍ତା, ପୂର୍ବତନ ପ୍ରତିନିଧି, ଆସିକା ବ୍ଲକର ଦିଲ୍ଲୀପ ପାଣିଗ୍ରାହୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ପରିଡ଼ାଙ୍କ ସମେତ ବହୁ ପ୍ରତିନିଧି ଯୋଗଦେଇ ନୂଆ ବର୍ଷ ରେ ଦଳୀୟ କର୍ଯ୍ୟକ୍ରମ କୁ ଆଗକୁ ନେଇ ନୂଆ ଆଶା ନେଇ କାର୍ଯ୍ୟକ୍ରମ ସ୍ଥିର କରିବାକୁ ମତ ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଜୟ କୁମାର ସାହୁ, ରଜନୀକାନ୍ତ ମଣ୍ଡଳ, ଟୁକୁନା ବିଶୋଇ, ସତ୍ୟବାନ ସାହୁ, ବୀରେନ୍ଦ୍ର ଖଟେଇ, ମଙ୍ଗୁଲୁସାହୁ, ରଂଜିତ ସ୍ୱାଇଁ, ବିଜୟ କହଁରଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ।
