କେନ୍ଦ୍ରାପଡା, ୩/୧(ରବୀନ୍ଦ୍ର ଦାଶ)- କେନ୍ଦ୍ରାପଡା ସହର ଉପକଣ୍ଠସ୍ଥିତ ପ୍ରତିଷ୍ଠିତ ମହାନ ସାଧକ ମଧୁଦାସଙ୍କ ସମାଧି ପୀଠ କନ୍ତିଆ ମଠରେ ଇଂରାଜୀ ନବବର୍ଷ ଓ ମା’ଶାରଳାଙ୍କ ମେଳା ଉପଲକ୍ଷେ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବାଗଦେବୀ କଳା ମନ୍ଦିର ଆନୁକୁଲ୍ୟରେ ଏକ ମନୋଜ୍ଞ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି ।
ସଂଗୀତ ନିର୍ଦେଶକ ସତ୍ୟପ୍ରିୟ ଦାସ ଓ ରଞ୍ଜନ ବେହୁରାଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମଟିକୁ ମଠର ମଠାଧିଷ ସିଦ୍ଦାର୍ଥଶଙ୍କର ଦାସ ଓ ନିତ୍ୟାନନ୍ଦ ବେହେରା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଗୀତିକାର ସୁବାଷ ପାତ୍ରଙ୍କ ରଚିତ “ନୂତନବରଷ ଆସିଛି” ଗିତଟି ସତ୍ୟପ୍ରୀୟଙ୍କ ସ୍ୱର ସଂଯୋଜନାରେ କଣ୍ଠଶିଳ୍ପି ଦିବ୍ୟାଦର୍ଶିନି ମହାନ୍ତି ଓ ସଞ୍ଜୟ ସେନାପତିଙ୍କ କଣ୍ଠରେ ଉପସ୍ଥିତ ଶ୍ରଦ୍ଦାଳୁମାନଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା ।
ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସଗୀତଜ୍ଞ ପ୍ରଦୁ୍ୟମ୍ନ କୁମାର ଜେନା,ପ୍ରଭାକର ସାହୁ, ରାନୁ ଜେନା, ଚିନ୍ମୟୀ ସାହୁ ପ୍ରମୁଖ ଶିଳ୍ପିମାନେ ମା’ଶାରଳାଙ୍କ ଭଜନ ଓ ମଧୁଦାସଙ୍କ ସ୍ୱରଚିତ ଭଜନ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମଟିକୁ ଶ୍ରୀନାଥ ଘଡାଇ ଓ ଲିପିକା ମହାନ୍ତି ସଂଯୋଜନା କରିଥିଲେ । ରାଜ୍ୟ ସରକାରଙ୍କ କୋଭିଡ ନିୟମ ଅନୁଯାଇ ଖୁବ ସ୍ୱଳ୍ପ ସଂଖ୍ୟକ ଦର୍ଶକ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।
