Odisha news

କେନ୍ଦ୍ରାପଡା : ସ୍ୱାସ୍ଥ୍ୟ ସେବା ସଂପର୍କରେ ଜିଲ୍ଲାପାଳଙ୍କ ସମୀକ୍ଷା

0

କେନ୍ଦ୍ରାପଡା : ଜିଲ୍ଲାର ସ୍ୱାସ୍ଥ୍ୟସେବା ସଂପର୍କରେ ଜିଲ୍ଲାପାଳ ସମର୍ଥ ବର୍ମା ଏକ ସମୀକ୍ଷା ବୈଠକ କରିଥିବା ଜଣା ପଡିଛି । ଗୁରୁବାର ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ବର୍ମା କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସ୍ୟା ଳୟରେ ପହଁଚି ସିଡିଏମଓ ଡାÿଃ ଅମିତା ପଟ୍ଟନାୟକଙ୍କ ସହ ମେଡିକାଲର ବିଭିନ୍ନ ୱାର୍ଡ ବୁଲି ଦେଖିବା ସହ ରୋଗୀ ମାନଙ୍କ ସହ ଆଲୋଚନା କରି ଚିକିତ୍ସ୍ୟା ଓ ଔଷଧ ପାଇବା ସଂପର୍କରେ ପଚାରି ବୁଝିଥିଲେ । ଏହା ସହ ମେଡିକାଲ ପରିସରରେ ଥିବା କଲ ସେଣ୍ଟରରେ ପହଁଚି ଗୃହ ସଂଗରୋଧରେ ଥିବା ପ୍ରବାସୀ ମାନଙ୍କ ସହ ଫୋନରେ କଥା ହୋଇଥିଲେ ।

ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ କୋଭିଡ-୧୯ କଟକଣା ପାଳନ ପାଇଁ ଡାକ୍ତର ମାନଙ୍କୁ ପରାମର୍ଶ ଦେଇଥିଲେ । ଗୃହ ସଂଗରୋଧରେ ଥିବା ସମୟରେ ସେ ଅଂଚଳରେ ନିଯୁକ୍ତ ଥିବା ଅଙ୍ଗନବାଡି କର୍ମୀ , ଆଶାକର୍ମୀ ପ୍ରମୁଖ ସେମାନଙ୍କ ସହ ନିୟମିତ ଯୋଗାଯୋଗ କରୁଛନ୍ତି କି ନାହିଁ ପଚାରି ବୁଝିଥିଲେ । ଏହି ଗସ୍ତ ସମୟରେ ସହକାରୀ ଜିଲ୍ଲାପାଳ ଅକ୍ଷୟ କୁମାର ଅଗ୍ରୱାଲ, ଡ଼ଃ ରାମକୃଷ୍ଣ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

Nalco

Leave A Reply