କେନ୍ଦ୍ରାପଡା : ମହାକାଳପଡା ବ୍ଲକ ଅଧିନ ନିୟାମତ୍ପୁର ଗ୍ରାମରେ ଘଟିଥିବା ଅଗ୍ନିକାଣ୍ଡରେ ବିପନ୍ନଙ୍କୁ ବୀଣାପାଣି ସେବା ସଂଘ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ସେବାସଂଘର କର୍ମକର୍ତା ମାନେ ସଂପୃକ୍ତ ପରିବାର ନିକଟରେ ପହଁଚି ସେମାନଙ୍କୁ ବାସନକୁସନ, ସପ, ପିନ୍ଧାବସ୍ତ୍ର, ସୁଖିଲା ଖାଦ୍ୟ ଓ ସାନିଟାଇଜର ପ୍ରଭୃତି ପ୍ରଦାନ କରିଥିଲେ ।
ଏଠାରେ ସୂଚନା ଯୋଗ୍ୟ ଗତକାଲି ସଂପୃକ୍ତ ଗ୍ରାମରେ ଗ୍ୟାସ୍ ସିଲିଣ୍ଡର ଫାଟି ନିଆଁ ଲାଗିବା ଫଳରେ ୨୦ଟି ପରିବାରର ଅଗ୍ନିକାଣ୍ଡ ରେ ସବୁକିଛି ପୋଡି ପାଉଁଶ ହୋଇଯାଇଛି ।
ଏହାସହ ଜଣେ ବାଳକ ନିଆଁରେ ପୋଡି ହୋଇ ଆଂଶିକ ଆଘାତ ପାଇ ଚିକିସôା ହେଉଥିବା ଜଣା ପଡିଛି । ସେବାସଂଘ ପକ୍ଷରୁ ଡ଼ଃ ଅରବିନ୍ଦ ପରିଡାଙ୍କ ନେତୃତ୍ୱରେ ଚିତ ରଞ୍ଜନ ବେହେରା, ଦିବ୍ୟ ରଞ୍ଜନ ଦାସ, ପି୍ରତୀ ରଞ୍ଜନ ଦାସ, ଅମିୟ ସ୍ୱାଇଁ, ମାନସ ରଞ୍ଜନ ରାଉଳ, ଜ୍ଞାନରଞ୍ଜନ ଦାସ, ସୁବାଷ ଜେନା, ଅଜୟ ବେହେରା, ଦିପକ ରାଉତ ପ୍ରମୁଖ ସହାୟତା ପ୍ରଦାନ ବେଳେ ଉପସ୍ଥିତ ଥିଲେ ।