କେନ୍ଦ୍ରାପଡା : ଜିଲ୍ଲା ସ୍ତରୀୟ ମାତୃ ଓ ଶିଶୁ ମୃତ୍ୟୁ ହାର ସମୀକ୍ଷା ବୈଠକ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଜୁନ୍ ମାସର ସମୀକ୍ଷା ବୈଠକରେ ଦୁଇଜଣ ପ୍ରସୂତି ମା ଓ ୨୮ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି । ଗତ ହାର ଠାରୁ ଚଳିତ ମାସର ହାର ଅଧିକ ଥିବାରୁ ବୈଠକରେ ଉଦ୍ବେଗ ପ୍ରକାଶ କରା ଯାଇଥିଲା । ନବଜାତକ ଶିଶୁ ଓ ପ୍ରସୂତି ମାଙ୍କର ମୃତ୍ୟୁ ହାର କୁ କମାଇବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ବୈଠକରେ ସିଡିଏମୋ ଡ଼ଃ ଅମିତା ପଟ୍ଟନାୟକ, ଏଡିଏମଓ କିଶୋର କୁମାର ଆଚାର୍ଯ୍ୟ, ଡ଼ଃ ସଚିତାନନ୍ଦ ମିଶ୍ର, ଓ କିଶୋର ଚନ୍ଦ୍ର ଲୋହା ପ୍ରମୁଖ ଉପସ୍ଥିତ ଥିଲେ ।