Odisha news

ସ୍ୱାସ୍ଥ୍ୟ ସେବା ଗୁଣାତ୍ମକ ବିକାଶ ପାଇଁ ଜିଲ୍ଲା ସ୍ତରୀୟ ବୈଠକ

0

କେନ୍ଦ୍ରାପଡା : ସ୍ୱାସ୍ଥ୍ୟସେବା ରେ ଗୁଣାତ୍ମକ ବିକାଶ ଘଟାଇ ଜିଲ୍ଲାବାସୀଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଜିଲ୍ଲା ସ୍ତରୀୟ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା ଅଧ୍ୟକ୍ଷତା କରିଥିଲେ । ଜିଲ୍ଲାରେ ଥିବା ୪୬ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ୯ଗୋଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀସେବା, ସ୍ୱଚ୍ଛତା ର ମାନ ବୃଦ୍ଧିକରି କାୟାକଳ୍ପ ବୃଦ୍ଧି କରି ପ୍ରମାଣ ପତ୍ର ହାସଲ କରିବା ପାଇଁ ସାମୁହିକ ଉଦ୍ୟମ କରାଯିବ ବୋଲି ନିଷ୍ପତି ନିଆଯାଇଛି ।

ଏହା ସହ କରୋନା କଟକଣା ମଧ୍ୟରେ ସରକାରଙ୍କ ପରିବାର ନିୟୋଜନ କାର୍ଯ୍ୟକ୍ରମକୁ ଆଗେଇ ନେଇ ଲକ୍ଷ୍ୟ ହାସଲ କରିବାକୁ ନିଷ୍ପତି ନିଆ ଯାଇଛି । ଏହି ବୈଠକରେ ସହକାରୀ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ନରହରି ସେଠୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ଅମିତା ପଟ୍ଟାନାୟକ, ଅତିରିକ୍ତ ଜିଲ୍ଲା ଚିକିସôା ଅଧିକାରୀ ଡ଼ଃ କିଶୋର କୁମାର ଆଚାର୍ଯ୍ୟ, ଡ଼ଃ ସଚିତାନନ୍ଦ ମିଶ୍ର, କୃଷ୍ଣଚନ୍ଦ୍ର ଲୋହା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply