Odisha news

ଗରଦପୁର ପ୍ରାଣୀଧନ ଚିକିତ୍ସାଳୟରେ ତାଲା, ଲୋକେ ହନ୍ତସନ୍ତ

0

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଗରଦପୁର ପଶୁ ଡାକ୍ତରଖାନାର ଔଷଧାଳୟରେ ଗତ ମାସ ୧୧ ତାରିଖ ଠାରୁ ତାଲା ପଡିଥିବାରୁ ଲୋକମାନେ ବାହାର ଔଷଧ କିଣି ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି । ଘଟଣାରୁ ପ୍ରକାଶ ଯେ, ଏହି ପଶୁ ଚିକିତ୍ସାଳୟରେ ପୂର୍ବତନ ପଶୁ ଚିକିତ୍ସାକ ଗତ ଜୁନ ୧୧ ତାରିଖରେ ନିଲମ୍ବିତ ହୋଇଥିଲେ । ସେହି ଦିନରୁ ସେ ଔଷଧାଳୟ (ଷ୍ଟୋର)ରେ ତାଲା ପକାଇ ପଳାଇ ଆସିଥିଲେ । ଏବଂ ସେ ନିଲମ୍ବିତ ହୋଇ ଥିବାରୁ ପଶୁ ଚିକିତ୍ସା ବିଭାଗ ପକ୍ଷରୁ ସେହି କୋଠରୀରେ ଅନ୍ୟ ଏକ ତାଲା ପକା ଯାଇଛି ।

ତେବେ ଦୀର୍ଘ ୨୫ଦିନ ହେବ ଗାଈ, ଗୋରୁ, ଛେଳି, ମେଣ୍ଢାଙ୍କୁ ନେଇ ଅସୁଥିବା ଗ୍ରାମବାସୀଙ୍କୁ ପରବର୍ତୀ ସମୟରେ ପଶୁ ଚିକିତ୍ସା  ଭାବେ ଦାୟିତ୍ୱ ନେଇଥିବା ଡାକ୍ତର ଜଣକ ପଶୁକୁ ଚିକିତ୍ସା  କରିବା ପରେ ବାଧ୍ୟ ହୋଇ ବାହାର ଔଷଧର ପ୍ରେସ୍କୁ୍ୟସନ୍  ଲେଖୁଛନ୍ତି । ଫଳରେ ଗ୍ରାମବାସୀ ମାନେ ଅସୁସ୍ଥ ପଶୁମାନଙ୍କ ପାଇଁ ବାଧ୍ୟ ହୋଇ ବାହାରୁ ଔଷଧ କିଣି ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି । ଏନେଇ ନିଲମ୍ବିତ ହୋଇଥିବା ଡାକ୍ତରଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ଯେ, ବିଭାଗ ଚିଠି କରିବା ପରେ ସେ ଷ୍ଟୋର ରୁମ୍ର ଚାବି ହସ୍ତାନ୍ତର କରିବେ । ଏନେଇ ଗ୍ରାମବାସୀ ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ, ପାଟକୁରା ବିଧାୟକ, ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା  ଅଧିକାରୀ, ପଶୁ ଚିକିତ୍ସା  ବିଭାଗ ନିଦେ୍ର୍ଦଶକ ପ୍ରମୁଖଙ୍କୁ ଦାବି ଜଣାଇଛନ୍ତି ।

Leave A Reply