Odisha news

କେନ୍ଦ୍ରାପଡା : କରୋନା ମୃତକଙ୍କ ପରିବାରକୁ ସହାୟତା ଦାବିି

0

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ହାତିଆ ଗ୍ରାମର ରଞ୍ଜନ ସାହୁ (୪୦) ଦିଲ୍ଲୀରେ କରୋନାରେ ପିଡିତ ହୋଇ ଚିକିତ୍ସାତ ଅବସ୍ଥାରେ ମୃତୁ୍ୟ ବରଣ କରି ଥିବାରୁ ତାଙ୍କ ଅସହାୟ ପରିବାରକୁ ସହାୟତା ପ୍ରଦାନ ନିମନ୍ତେ ତାଙ୍କ ସ୍ତ୍ରୀ ଅନୁସୟା ସାହୁ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ରଞ୍ଜନ ଦିଲ୍ଲୀର ରାଜପୁର ଗାଁରେ ପାଣି ପାଇପ୍ ମିସ୍ତ୍ରୀ ଭାବେ କାର୍ଯ୍ୟ କରି ନିଜ ପରିବାର ଭରଣ ପୋଷଣ କରୁଥିଲେ ।

ସେଠାରେ କରୋନାରେ ଉଭୟ ସ୍ୱାମୀ ସ୍ତ୍ରୀ ପିଡିତ ଥିଲେ । ତେବେ ଏହି କରୋନା ରେ ରଞ୍ଜନଙ୍କ ମୃତୁ୍ୟ ଘଟିବା ପରେ ତାଙ୍କ ପରିବାର ସଂପୂର୍ଣ୍ଣ ଅସହାୟ ହୋଇ ପଡିଛନ୍ତି । ପତ୍ନୀ ଅନୁସୟା ମୃତ ସ୍ୱାମୀଙ୍କର କରୋନା ଜନିତ ମୃତୁ୍ୟ ଘଟିଥିବାର ସାଟିଫିକେର୍ଟ ମଧ୍ୟ ହାସଲ କରିଛନ୍ତି । ତାଙ୍କ ପରିବାର ଭରଣ ପୋଷଣ କରିବାକୁ କେହି ନଥିବାରୁ ଆର୍ଥିକ ସହାୟତା ନିମନ୍ତେ ଅନୁସୟା ଜିଲ୍ଲାପାଳଙ୍କୁ ଗୁହାରୀ କରିଛନ୍ତି ।

Nalco

Leave A Reply