କେନ୍ଦ୍ରାପଡା : କେନ୍ଦ୍ରାପଡା ଡେରାବିଶ ବ୍ଲକ ଅଧିନ ଛତାଠାରେ ଥିବା କୋଭିଡ ହସପିଟାଲକୁ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ଓ ପ୍ରୋଭେସନ ରେ ଥିବା ଜିଲ୍ଲାପାଳ ଅକ୍ଷୟ କୁମାର ଅଗ୍ରୱାଲ ପରିଦର୍ଶନ କରିଥିବା ଜଣାପଡିଛି ।
ଶନିବାର ପୂର୍ବାହ୍ନରେ ଶ୍ରୀ ବର୍ମା ଓ ଶ୍ରୀ ଅଗ୍ରୱାଲ କୋଭିଡ ହସପିଟାଲ ରେ ପହଁଚି ପରିସର ମଧ୍ୟରେ ଥିବା ବିଭିନ୍ନ ବିଭାଗ ବୁଲି ଦେଖିଥିଲେ ଏହା ସହ ସ୍ୱଛତା, ରୋଗୀ ସେବା ବିଷୟରେ ରୋଗୀ ମାନଙ୍କ ସହ ଆଲୋଚନା କରି ସୁବିଧା ଅସୁବିଧା ବିଷୟରେ ଅବଗତ ହୋଇଥିଲେ ।
ଏହି ହସପିଟାଲରେ ବର୍ତମାନ ସୁଦ୍ଧା ୩୧ଜଣ କରୋନା ସଂକ୍ରମିତ ରୋଗୀ ଚିକିସôାଧୀନ ଥିବା ଜଣା ପଡିଛି । ସେମାନଙ୍କ ସହ ଜିଲ୍ଲାପାଳ ଅଲୋଚନା କରି ଖାଦ୍ୟ, ଔଷଧ ଆଦି ବିଷୟରେ କୈାଣସି ଅସୁବିଧା ହେଉଛି କି ନାହିଁ ପଚାରି ବୁଝିଥିଲେ । ଡାକ୍ତର ନୃପେନ୍ଦ୍ର ଶତପଥୀ ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ ।