Odisha news

ଆାଇନଜିବୀଙ୍କ ବିଭିନ୍ନ ସ୍ଥାନରେ କରୋନା ସଚେତନତା କାର୍ଯ୍ୟକ୍ରମ

0

କେନ୍ଦ୍ରାପଡା : କେନ୍ଦ୍ରାପଡାର ଯୁବ ସମାଜସେବୀ ତଥା ରାଜ୍ୟ ଛାତ୍ର ବିଜେଡି ସାଧାରଣ ସଂପାଦକ ଯୁବ ଆଇନଜିବୀ ପ୍ରତାପ ଚନ୍ଦ୍ର ଦାସ (ହାଲୁ)ଙ୍କ ନେତୃତ୍ୱରେ କରୋନା ମହାମାରୀ ସଂକ୍ରମଣ ସଚେତନାତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

କେନ୍ଦ୍ରାପଡା ପୋଲିସ ସହାୟତାରେ କେନ୍ଦ୍ରାପଡା ବ୍ଲକର କଂସାର , ଓସ୍ତପୁର ଏବଂ ପୈାରାଂଚଳର ୪ନଂ ୱାର୍ଡ ଏବଂ ମହାକାଳପଡା ବ୍ଲକର ଗଗୁଆ , ବାବର, ରାହାମା, ବଡ ରାହାମା, କଳତୁଙ୍ଗା, ଲାଞ୍ଜୁରା ସହିତ ମାର୍ଶାଘାଇ ବ୍ଲକର ପେଣ୍ଠ, ବଛରାଇ ପ୍ରଭୃତି ଅଂଚଳରେ ମହାମାରୀ କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ କରିବା ପାଇଁ ଲୋକ ମାନଙ୍କୁ ବୁଝାଇବା ସହିତ ସେମାନଙ୍କୁ ମାସ୍କ, ସାନିଟାଇଜର ଶୁଖିଲା ଖାଦ୍ୟ ଏବଂ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହିତ ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ପ୍ରଭୃତି ସଂପର୍କରେ ସଚେତନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ କଂସାର ସରପଂଚ ପ୍ରଦୁ୍ୟମ୍ନ ଜେନା, ସନ୍ତୋଷ ବେହେରା, ହୃଷି ମଲ୍ଲିକ, ସବିତା ସେଠୀ, ସୁର ସେଠୀ, ଶ୍ରୀମତୀ ପ୍ରଧାନ, ସାରଥୀ ସ୍ୱାଇଁ, ଶ୍ରୀମତୀ ଜେନା, ଯୁଗଳ କିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.