ଅନୁଗୁଳ: ଦିର୍ଦ୍ଦିନରେ ଅନୁଗୁଳ ଜିଲ୍ଲାର ଲେମ୍ବୁ ଚାଷୀ । ବାହାର ବେପାରୀ ଆସୁ ନଥିବାରୁ ବିକ୍ରି ହୋଇ ନପାରି ପଡି ରହିଛି ଲକ୍ଷାଧିକ ଟଙ୍କାର ଲେମ୍ବୁ । ପ୍ରତି ବର୍ଷ ୮ରୁ ୧୦ ଲକ୍ଷ ଟଙ୍କାର ଲେମ୍ବୁ ବିକ୍ରି କରୁଥିବା ଚାଷୀ ଏ ବର୍ଷ ମାତ୍ର ୫୦ ହଜାର ଟଙ୍କାର ଲେମ୍ବୁ ବିକ୍ରି କରି ପାରିଛି । ଫଳରେ ଶ୍ରମିକ ଖର୍ଚ୍ଚ ଓ ସାର ଔଷଧ ଖର୍ଚ୍ଚ ମଧ୍ୟ ଉଠୁନି । ଲେମ୍ବୁ ବିକ୍ରି ପାଇଁ ସରକାରୀ ସ୍ତରରେ ମଧ୍ୟ ସେମିତି କିଛି ସୁବିଧା ନଥିବାରୁ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ଅନୁଗୁଳ ବ୍ଲକର କରତପଟା, ଡିମିରିପାଳ ଓ ହିଡିସିଙ୍ଗି ଅଚଂଳରେ ବ୍ୟାପକ ଲେମ୍ବୁ ଚାଷ ହୁଏ । ଏହି ସବୁ ସ୍ଥାନରେ ବର୍ଷ ବର୍ଷ ଧରି ପ୍ରାୟ ୧୦୦ ଏକରରୁ ଅଧ୍ଖଳ ଜମିରେ ଲେମ୍ବୁ ଚାଷ କରି ଆସୁଛନ୍ତି ୫୦ ରୁ ଅଧିକ ଚାଷୀ ।
ପ୍ରତି ବର୍ଷ ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ କୋଟିଏରୁ ଉଦ୍ଧ୍ୱର୍ ଟଙ୍କାର ଲେମ୍ବୁ ବିକ୍ରି ପାଇଁ ଯାଇଥାଏ । କିନ୍ତୁ ଚଳିତ ବର୍ଷ ଭଲ ଲେମ୍ବୁ ଫସଲ ହୋଇଥିଲେ ମଧ୍ୟ ବିକ୍ରି ନାହିଁ । ପ୍ରତି ବର୍ଷ ୨ ଥର ଲେମ୍ବୁ ଅମଳ ହୁଏ । ଶୀତ ଦିନ ଅପେକ୍ଷାକୃତ କମ ଲେମ୍ବୁ ଅମଳ ହୁଏ । କିନ୍ତୁ ବର୍ଷା ଦିନେ ଅଧିକ ପରିମାଣରେ ଲେମ୍ବୁ ଅମଳ ହୁଏ । ମେ ମାସରୁ ଅଗଷ୍ଟ ପର୍ଯ୍ୟନ୍ତ ଯେଉଁ ଲେମ୍ବୁ ଅମଳ ହୁଏ ସେଥିରୁ ଚାଷୀ ମାନେ ଭଲ ଦି ପଇସା ପାଆନ୍ତି । ହେଲେ ଠିକ୍ ସମୟରେ ଲକ୍ ଡାଉନ୍ ଯୋଗୁଁ ଲେମ୍ବୁ ବିକ୍ରି ହୋଇ ପାରିଲା ନାହିଁ । ଏଠାରୁ ବିଶେଷ କରି ଭଦ୍ରକ, ବାଲେଶ୍ୱର, ଚଣ୍ଡିଖୋଲ, ପାରାଦୀପ, ଭୁବନେଶ୍ୱର, କଟକ ସମେତ ରାଜ୍ୟର ବହୁ ସ୍ଥାନରୁ ବେପାରୀ ଗାଡି ନେଇ ଆସି ଲେମ୍ବୁ କିଣି ନେଇଥାନ୍ତି । କିନ୍ତୁ ଲକ୍ ଡାଉନ୍ ଯୋଗୁଁ ଆଉ ବେପାରୀ ଆସିଲେ ନାହିଁ ।
ସେମାନଙ୍କ ପାଖକୁ ଲେମ୍ବୁ ପଠାଇଲେ ମଧ୍ୟ ଫେରାଇ ଦେଉଛନ୍ତି । ସେତେବେଳେ ଲେମ୍ବୁ ବସ୍ତା ପ୍ରତି ୧୫ ଶହରୁ ୨ ହଜାର ଟଙ୍କାରେ ବେପାରୀ ନେଉଥିଲେ । ଏ ବର୍ଷ ବସ୍ତା ପ୍ରତି ୨ ଶହରୁ ୩ ଶହ ଟଙ୍କାରେ ମଧ୍ୟ କେହି ନେଉନାହାଁନ୍ତି । ତେଣୁ ଲେମ୍ବୁ ବିକ୍ରି ହୋଇ ନପାରି ପଡି ରହିଛି । ଗଛରୁ ଲେମ୍ବୁ ନ ତୋଳିଲେ ଆସନ୍ତା ବର୍ଷକୁ ଆଉ ଫଳ ହେବ ନାହିଁ ବୋଲି ଚାଷୀ ବାଧ୍ୟ ହୋଇ ଶ୍ରମିକ ଲଗାଇ ତୋଳୁଛନ୍ତି । ଗତ ୧୯୮୦ ମସିହାରୁ ପ୍ରାୟ ୧୦ ଏକର ଜମିରେ ଲେମ୍ବୁ ଚାଷ କରି ବର୍ଷକୁ ୭ରୁ ୮ ଲକ୍ଷ ଟଙ୍କା ରୋଜଗାର କରୁଥିବା ଚାଷୀ କୁମୁଦ ପ୍ରଧାନ ଚଳିତ ବର୍ଷ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଲେମ୍ବୁ ଗଛରେ ଫଳ ଦେଖିଲେ ତାଙ୍କ ଆଖିରେ ଲୁହ ଆସି ଯାଉଛି । ଏତେ ପରିମାଣର ଲେମ୍ବୁ ବିକ୍ରି ହେବ କେମିତି । ଶ୍ରମିକ ମାନଙ୍କ ମଜୁରୀ କେମିତି ଦିଆଯିବ । ଏମିତି ଅନେକ ଚିନ୍ତାରେ ଚାଷୀ ବସିଛନ୍ତି । ଏ ନେଇ କୁମୁଦ ପ୍ରଧାନ ଦୁଃଖର ସହ କୁହନ୍ତି କରୋନା ଆମର ସବୁ ବିଗାଡି ଦେଲା । ବିକ୍ରି ହୋଇ ନପାରି ବଗିଚାରେ ପଡି ରହିଛି ଲକ୍ଷାଧିକ ଟଙ୍କାର ଲେମ୍ବୁ । ଦେଖିଲେ ଆଖିରେ ଲୁହ ଆସି ଯାଉଛି । ହେଲେ କଣ କରିବୁ । ଏ ର୍ବେ ଖର୍ଚ୍ଚ ବି ଉଠିଲାନି । ଏବେ ସରକାରଲ୍କ୍ ଡାଉନ୍ ସାମାନ୍ୟ କୋହଳ କରକିଛନ୍ତି ।
ଦୋକାନ ବଜାର ଓ ହାଟ ଖୋଲିଛି । ତଥାପି ଆଗ ପରି ବେପାରୀ ଆସୁ ନାହାଁନ୍ତି । ଏହା ଦ୍ୱାରା କେବଳ ଯେ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି ତା ନୁହେଁ । ବହୁ ସଂଖ୍ୟାରେ ଶ୍ରମିକ ମଧ୍ୟ ଅସୁବିଧାରେ ପଡିଛନ୍ତି । ଲେମ୍ବୁ ବିକ୍ରି ନହେବାରୁ ଚାଷୀ ମାନେ ଆଉ ଅଧିକ ଶ୍ରମିକଙ୍କୁ ନିୟୋଜିତ କରୁ ନାହାଁନ୍ତି । ତେଣୁ ଶ୍ରମିକ କାମ ହରାଉଛନ୍ତି । ପ୍ରତି ବର୍ଷ ଲେମ୍ବୁ ଅମଳ ବେଳେ ଷ୍ଣ ମାସ ପର୍ଯ୍ୟନ୍ତ ଶହ ଶହ ଶ୍ରମିକ କାମରେ ଲାଗିଥାନ୍ତି । କିନ୍ତୁ ଚଳିତ ବର୍ଷ ଅନେକ ଶ୍ରମିକ ହାତ ବାନ୍ଧି ବସିଛନ୍ତି । ତେବେ ଏ ଭଳି ସମସ୍ୟାର ସମାଧାନ ପାଇଁ ଉଦ୍ୟାନ ବିଭାଗ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଥିବା କହିଛନ୍ତି ଉଦ୍ୟାନ ବିଭାଗ ଉପ ନିଦେ୍ର୍ଦଶକ ପଦ୍ମଲୋଚନ ଦାସ । କିଭଳି ଚାଷୀଙ୍କ ଉତ୍ପାଦିତ ଜିନିଷ ବଜାର ପର୍ଯ୍ୟନ୍ତ ଯାଇ ପାରିବ ସେଥିପାଇଁ ସରକାରୀ ସ୍ତରରେ ସୁବିଧା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ବର୍ଷ କରୋନା ଦାଉ ସାଧିଲା ଲେମ୍ବୁ ଚାଷୀଙ୍କ ଉପରେ । ଏବେବି ପ୍ରାୟ ୫୦ ଭାଗ ଲେମ୍ବୁ ବିକ୍ରି ନହୋଇ ରହିଛି । ତେଣୁ ଉଦ୍ୟାନ ବିଭାଗ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେଲେ ଚାଷୀ ଆଶ୍ୱସ୍ତ ହେବେ । ଏଥିପାଇଁ ଲେମ୍ବୁ ଚାଷୀ କରିଛନ୍ତି ।