କେନ୍ଦ୍ରାପଡ଼ା-୦୨/୦୩: କେନ୍ଦ୍ରାପଡା ଟାଉନ ଥାନା ଅଧିନ ରଣପଡା ଗ୍ରାମର ସେକ ନୁସରତ ଅଲ୍ଲୀଙ୍କ ନୂଆ ମଟର ସାଇକେଲ କୁ ଦୁର୍ବୁତ ମାନେ କାଠଗର ପକାଇ ଜାଳିଦେଇ ଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ଶ୍ରୀ ନୁସରତଙ୍କ ଘର ବାରଣ୍ଡାରେ ଥୁଆ ହୋଇଥିବା ହିରୋହଣ୍ଡା ସାଇନ୍ ନୂଆ ମଟର ସାଇକେଲ କୁ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୁତ ମାନେ ବାରଣ୍ଡାରୁ ଲୁଚାଇ ଆଣି ନିକଟରେ ଥିବା ବାବୁହତା ପଡିଆରେ ପକାଇ ତା ଉପରେ କାଠଗର ଓ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଛନ୍ତି । ଏନେଇ ଟାଉନ ଥାନାରେ ଅଭିଯୋଗ ହେବା ପରେ ପୋଲିସ ପକ୍ଷରୁ ଘଟଣା ସ୍ଥଳକୁ ଯାଇ ତଦନ୍ତ କରା ଯାଇଥିବା ଜଣାପଡିଛି । ତେବେ ଦୁର୍ବୁତ ମାନଙ୍କୁ ଖୁବ ଶିଘ୍ର ଚିହ୍ନଟ କରାଯିବ ବୋଲି ଟାଉନ ଥାନା ପକ୍ଷରୁ ସୂଚନା ମିଳିଛି ।