Odisha news

କେନ୍ଦ୍ରାପଡ଼ା : ଏପଟେ ବନ୍ୟା ସେପଟେ କୁମ୍ଭୀର ମଝିରେ ମଣିଷ ଜୀବନ

0

କେନ୍ଦ୍ରାପଡ଼ା ଜିଲ୍ଲା କେନ୍ଦ୍ରାପଡ଼ା ବ୍ଲକ ଘାଗରା ପଞ୍ଚାୟତ ସବୁବେଳେ କୁମ୍ଭୀର ଆକ୍ରମଣ ଓ କୁମ୍ଭୀର ଆକ୍ରମଣ ରେ ମୃତ୍ୟୁ କୁ ନେଇ ଚର୍ଚ୍ଚାରେ ଥିବା ବେଳେ ଏବେ ବନ୍ୟା ପାଣି ଆସି ଆଉ ଏକ ଭୟ ସୃଷ୍ଟି କରିଛି ପଞ୍ଚାୟତ ବାସୀ ଙ୍କ ପାଁଇ,କାରଣ ବନ୍ୟା ପାଣି ଜନ ବସତି ପାଖକୁ ଲାଗିଯାଇଥିବାରୁ ଲୋକମାନେ ଆହୁରି ଆତଙ୍କିତ ହୋଇପଡିଛନ୍ତି,ଘାଗରା ପଞ୍ଚାୟତ ର ଘାଗରା ଡିଆ ର ଏକ ନମ୍ବର ୱାର୍ଡ,ଅପର ଘାଗରା ର ଦୁଇ ନମ୍ବର ଓ ଚାରି ନମ୍ବର ୱାର୍ଡ ଓ କୁଦ ସାହି ର ତିନି ନମ୍ବର ୱାର୍ଡ ର ପଚିଶ ସହ ରୁ ଉର୍ଦ୍ଧ ଲୋକ ଜଳ ବନ୍ଦୀରେ ଅଛନ୍ତି,ବନ୍ୟା ଜଳ ଘର ପାଖକୁ ଲାଗିଯାଇଥିରୁ ଲୋକମାନେ ଘରୁ ବାହାର କୁ ବାହାରିବା ପାଁଇ ମଧ୍ୟ ଡରୁଛନ୍ତି, ଛୋଟ ପିଲାମାନଙ୍କୁ ଜଗି କି ରହିଛନ୍ତି ବାହାରକୁ ଛାଡ଼ୁନାହାନ୍ତି,ବନ୍ୟା ଜଳ ଘର ପାଖକୁ ଲାଗିଯାଇଥିବାରୁ କୁମ୍ଭୀର ଲୋକମାନଙ୍କର ବାଡ଼ି ଘର ରେ ବୁଲୁଥିବାର କହିଛନ୍ତି,ରାତିରେ ଶାନ୍ତିରେ ଶୋଇପାରୁନାହାନ୍ତି ବନ୍ୟା ପାଣି ର ଡର ଆଉ କୁମ୍ଭୀର ର ଡର ରେ ଲୋକମାନେ,ସରକାର ସେମାନଙ୍କ ଘର ଚାରିପଟେ ବାଡ଼ କରିବା ପାଁଇ ଦାବୀ କରିବା ସହିତ ସେମାନଙ୍କ ଯାତାୟାତ ପାଁଇ ଡ଼ଙ୍ଗା ଯୋଗାଇଦେବାକୁ ମଧ୍ୟ ନିବେଦନ କରୁଛନ୍ତି,ଏଠି କହିବାର କଥା ଘାଗରା ପଞ୍ଚାୟତବାସୀ ଙ୍କ ଦୁଃଖ ଶୁଣୁଛନ୍ତି ସରକାର ଆଉ କେବେ କରୁଛନ୍ତି କୁମ୍ଭୀର ଆକ୍ରମଣ ର ସ୍ଥାୟୀ ସମାଧାନ କରୁଛନ୍ତି

Leave A Reply