କେନ୍ଦ୍ରାପଡା-୦୧/୦୧: କେନ୍ଦ୍ରାପଡାର ଖ୍ୟାତିନାମା ସମାଜସେବୀ ଓ ବିଜୁ ମହିଳା ଜନତା ଦଳର ରାଜ୍ୟ ସାଧାରଣ ସଂପାଦିକା ଡ଼ଃ ଜ୍ୟୋସ୍ନାରାଣୀ ଜେନା ଭାରତ ଗୈାରବ ଶ୍ରୀ ସମ୍ମାନରେ ସମ୍ମାନିତା ହୋଇଛନ୍ତି । ଭାରତ ସରକାରଙ୍କ ସ୍ୱୀକୃତି ପ୍ରାପ୍ତ ଅନୁଷ୍ଠାନ ବିଶ୍ୱ ମାନବ ଅଧିକାର ସୁରକ୍ଷା ସଂଗଠନ କମିଶନରଙ୍କ ଦ୍ୱାରା ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ଡ଼ଃ ଶ୍ରୀମତୀ ଜେନା କୋଭିଡ ସମୟରେ ବିଭିନ୍ନ ସଂଗଠନରେ ଯୋଡି ହୋଇ ଲୋକଙ୍କ ସେବା କରିବା, ବିଶ୍ୱ ପରିବେଶ ଓ ସମାଜସେବା ପାଇଁ ସମ୍ମାନିତା ହୋଇଛନ୍ତି । ଭୁବନେଶ୍ୱର ଠାରେ ଆୟୋଜିତ ଏହି ସମାରୋହରେ ଆନ୍ଧ୍ରପ୍ରଦେଶର ମହାମହିମ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡ଼ଃ ଶ୍ରୀମତୀ ଜେନାଙ୍କୁ ପୁଷ୍ପଗୁଚ୍ଛ, ଉତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ନ୍ଧିତ କରିଥିଲେ । ଏହି ସମାରୋହରେ ବିଶ୍ୱ ମାନବ ଅଧିକାର ସୁରକ୍ଷା ସଂଗଠନ କମିଶନର ଅଭିନ୍ନ କୁମାର ହୋତାଙ୍କ ସମେତ ଜାତୀୟ ଆନ୍ତର୍ଜାତୀୟ ସ୍ତରର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।