କେନ୍ଦ୍ରାପଡା ରାଜକନିକା ଥାନା ଅନ୍ତର୍ଗତ ଡ଼ଙ୍କାରୀ ଗାଁରେ ଘଟି ଯାଇଛି ଅଭାବନୀୟ ଘଟଣା।ସାଙ୍ଗ ହୋଇ ଦୁଇ ଶିଶୁ ଖେଳୁ ଖେଳୁପୋଖରୀରେ ବୁଡି ମୃତ।ଘଟଣା ଘଟିଛି ରାଜକନିକା ବ୍ଲକ ଡ଼ ଙ୍କା ରି ଗାଁରେ।ପ୍ରଭାତ ସାମଲ ଙ୍କର ଝିଅ ମାମୁନି (୫)ଓ ଗଞ୍ଜା ଗାଁ ର ବିନୋଦ ପାତ୍ରଙ୍କ ପୁଅ ଜେମ୍ସ ୬ ବର୍ଷ ବୋଲି ଜଣାପଡିଛି । ଜେମ୍ସ ଆଜି ମାମୁ ଘରକୁ ଯାଇଥିବା ବେଳେ ଉଭୟ ଶିଶୁ ଅଙ୍ଗନୱାର୍ଡ କେନ୍ଦ୍ରରୁ ଘରକୁ ଆସି ସାଙ୍ଗ ହୋଇ ବାଡ଼ି ଫୋଖରୀ ପାଖରେ ଖେଳୁ ଥିବା ସମୟରେ ଗୋଡ ଖସି ଯିବାରୁ ମୃତ୍ୟୁ କରିଛନ୍ତି ସେପଟେ ଘର ଲୋକ ବହୁ ଖୋଜାଖୋଜି କରିବା ପରେ ମାମୁନି ଓ ଜେମ୍ସ ନ ମିଳିବାରୁ ପରିବାର ଲୋକେ ବାଡ଼ି ପୋଖରୀରେ ଖୋଜାଖୋଜି କରିବାରୁ ପ୍ରଥମେ ଜେମ୍ସ ଓ ପରେ ପରେ ମାମୁନିକୁ ପାଣିରୁ ଉଦ୍ଧାର କରି ରାଜକନିକର ଗୋଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଆସିଥିଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିବା ପରେ ରାଜକନିକା ଥାନାରେ ଏକ ଅପମୃତ୍ୟ ମାମଲା ରୁଜୁ କରି ଶବକୁ ବ୍ୟବଛେଦ କରିବା ପାଇଁ ଆଳି ପଠାଇ ଅଧିକା ତଦନ୍ତ ଚଳାଇଛି ଏପରି ଏକ ଦୁଃଖଦ ଘଟଣା ପ୍ରଚାରିତ ହେବାପରେ ରାଜକନିକା ସ୍ୱା ସ୍ଥ୍ୟ କେନ୍ଦ୍ରରେ ନାହି ନ ଥିବା_ ଭିଡ଼ି ସହିତ ଶୋକାକୂଳ ପରିବେଶ ସୃଷ୍ଟି ହେଇଥିଲା । ଯାହାକି ଅଂଚଳରେ ଶୋକର ଛାୟା ଖେଳିଯାଇଛି