Odisha news

କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ସିପିଆଇ(ଏମ୍) ର ଆନେ୍ଦାଳନ ଧମକ

0

କେନ୍ଦ୍ରାପଡା,୩୧/୧୨ : ଭାରତର କମୁ୍ୟନିଷ୍ଟ ପାର୍ଟି (ମାର୍କ୍ସବାଦୀ), କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ କେନ୍ଦ୍୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି କରିବା ସହିତ ଦାବି ପୁରଣ ନହେଲେ ଆନେ୍ଦାଳନ ଧମକ ଦିଆଯାଇଛି । କୃଷି ଉପରେ ନିର୍ଭର କରୁଥିବା କେନ୍ଦ୍ରାପଡା ଜିଲ୍ଲା ବନ୍ୟା, ବାତ୍ୟା, ମରୁଡିର ଚିର ସହଚର ଓ ଶିଳ୍ପ ବିହିନ ତଥା ଅର୍ଥନୈତିକ କ୍ଷେତ୍ରରେ ପଛୁଆ । କେନ୍ଦ୍ରାପଡା ଜିଲ୍ଲାରେ ବହୁ ଦିନରୁ ଦାବି ହେଉଥିବା ମେଡିକାଲ କଲେଜ ପାଇଁ ରାଜ୍ୟ ସରକାର କର୍ଣ୍ଣପାତ କରୁ ନାହାଁନ୍ତି ।

ଏ ସଂପର୍କରେ ସିପିଆଇ(ଏମ୍) ସହିତ ବିଭିନ୍ନ ରାଜନୈତିକ ଦଳ, ଗଣ ସଂଗଠନ ଓ ସାମାଜିକ ସଂଗଠନ ମାନେ ବହୁ ଆଗରୁ ବିଭିନ୍ନ ସମୟରେ ଦାବି କାରି ଆସୁ ଅଛନ୍ତି । ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ମେଡିକାଲ କଲେଜ ମାନ ପ୍ରତିଷ୍ଠା କରୁଥିବା ବେଳେ କେନ୍ଦ୍ରାପଡା ପ୍ରତି ବାରମ୍ବାର ଅବିଚାର କରାଯାଉଛି ବୋଲି ଅଭିଯୋଗ ହେଉଛି । ମେଡିକାଲ କଲେଜ ପ୍ରଗତଷ୍ଠା ନହେଲେ ଆନେ୍ଦାଳନ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ସିପିଆଇ(ଏମ୍)ର ଜିଲ୍ଲା ସଂପାଦକ ଗୟାଧର ଧଳ, କେନ୍ଦ୍ରାପଡା ବାର ଆସୋସିଏସନର ପୂର୍ବତନ ସଭାପତି ଆଡଭୋକେଟ ଉମେଶ ଚନ୍ଦ୍ର ସିଂହ, ସିଆଇଟିୟୁ ର ଜିଲ୍ଲା ସଂପାଦକ ଜଗତ ଜୀବନ ଦାସ, ବାବାଜୀ ପରିଡା, କାଳି ପ୍ରସାଦ ନାୟକ, ଧିବର ବେହେରା, ଅର୍ଜ୍ଜୁନ ମଣ୍ଡଳ, ନଳିନୀ ପ୍ରଭା ତରାଇ, ଅସିତ ମିର୍ଦ୍ଧା ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।

Leave A Reply