କେନ୍ଦ୍ରାପଡା, ୨୭ା୧୨(Rabindra Dash) : ନିଖିଳ ଓଡିଶା ଆଶାକର୍ମୀ ସଙ୍ଘର ୫ମ ଜିଲ୍ଲା ସମ୍ମିଳନୀ ପର୍ଯ୍ୟଟନକ୍ଷେତ୍ର ମା’ଛୁଆଳିଆ ପୀଠରେ ଜିଲ୍ଲା ସଭାପତି ସାଥି ବିକାଶ ଚନ୍ଦ୍ର ବେଉରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମୃତୁ୍ୟବରଣ କରିଥିବା ଆଶାକର୍ମୀ, କୃଷକ ଆନେ୍ଦାଳନରେ ସହୀଦ କୃଷକ,କରୋନା ଯୋଦ୍ଧାଙ୍କ ସ୍ମୃତି ଉଦେଶ୍ୟରେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏ.ଆଇ.ଟି.ୟୁ.ସି. ନେତା ଆଇନଜୀବି ରମଣୀରଞ୍ଜନ ରାଉତରାୟ ଏହି ସମ୍ମିଳନୀକୁ ଉଦଘାଟନ କରିଥିଲେ । ଜିଲ୍ଲା ସମ୍ପାଦିକା ସାଥି କାନ୍ତିପ୍ରଭା ନାୟକ ବିଗତଦିନର କାର୍ଯ୍ୟକ୍ରମ ଓ ଆୟ ବ୍ୟୟର ହିସାବ ଉପସ୍ଥାପନ କରିଥିଲେ ।
ଶ୍ରୀ ସିଦ୍ଧ ବଳଦେବଜୀଉ ଅସ୍ଥାୟୀ ମେଳା ବ୍ୟବସାୟୀ ସଙ୍ଘ ପକ୍ଷରୁ ସମ୍ପାଦକ ଚିତ୍ତରଞ୍ଜନ ମହାନ୍ତି, ପାଚୀକା ସଙ୍ଘର ନେତା ପୂର୍ଣ୍ଣଚନ୍ଦ୍ର ମିଶ୍ର, ଶିକ୍ଷକ ନେତା ବସନ୍ତ କୁମାର ବାରିକ, ଦିଲ୍ଲିପ କୁମାର ବେହେରା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ସାଂଗଠନିକ ଆଲୋଚନାରେ ପଟ୍ଟାମୁଣ୍ଡାଇ ସିଏଚସି ସଭାପତି ମନୋରମା ନାଥ, ସମ୍ପାଦିକା ସୁଷମା ଆଚାର୍ଯ୍ୟ, କୋଷାଧ୍ୟକ୍ଷ ମିତାଞ୍ଜଳି ସିଂ,ସତ୍ୟଭାମା ମହାକୁଡ, ରାଜକନିକା ସିଏଚସି ସଭାପତି ସୁକାନ୍ତୀ ବେହେରା, ସମ୍ପାଦିକା କବିତା ସ୍ୱାଇଁ, ଇନ୍ଦୁପୁର ସିଏଚସି ସଭାପତି ସରସ୍ୱତୀ ସ୍ୱାଇଁ, ସମ୍ପାଦିକା ନନ୍ଦିନୀ ସ୍ୱାଇଁ, ମାନୀନି ମଲ୍ଲିକ, ସଶ୍ମିତା ବାରିକ ପ୍ରମୁଖ ୯ଟି ବ୍ଲକର ନେତୃତ୍ୱମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବୈଠକରେ ଆସନ୍ତା ୩୦ତାରିଖରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ ଓ ଜାନୁଆରୀମାସ ୩୦ତାରିଖରେ ଜିଲ୍ଲା ସ୍ତରୀୟ ସମାବେଶ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ରମେଶ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।