Odisha news

କେନ୍ଦ୍ରାପଡାରେ ବିଜୁ ଜନତାଦଳର ପ୍ରତିଷ୍ଠା ଦିବସ ପାଳିତ

0

କେନ୍ଦ୍ରାପଡା,୨୬/୧୨(Rabindra Dash) : କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ଉଦୟନଗରସ୍ଥିତ ପୈାରସଂସ୍ଥା କଲ୍ୟାଣ ମଣ୍ଡପ ପରିସରରେ କେନ୍ଦ୍ରାପଡା ବିଜୁ ଜନତାଦଳ ପକ୍ଷରୁ ଦଳର ୨୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ରକ୍ତଦାନ ଶିବିରକୁ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ବିଧାୟକ ଶ୍ରୀ ବେହେରାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ପ୍ରତିଷ୍ଠା ଦିବସ ଉସôବରେ ସାଂସଦ ଅନୁଭବ ମହାନ୍ତି, ଜିଲ୍ଲା ସଭାପତି ଉକôଳ କେଶରୀ ପରିଡା, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ, ଯୁବ ବିଜେଡି ଜିଲ୍ଲା ସଭାପତି ରାଜେଶ ଦାସ,ରାଜ୍ୟ ସହସମ୍ପାଦକ ରାଜେଶ ପଣ୍ଡା, ଛାତ୍ର ବିଜେଡି ଜିଲ୍ଲା ସଭାପତି ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗଦେଇ ଦଳର ପ୍ରତିଷ୍ଠା ଦିବସ ଅବସରରେ ସମସ୍ତ ଦଳୀୟ କର୍ମକର୍ତ୍ତା ଏକତ୍ରିତ ହୋଇ ଦଳର ସଂଗଠନକୁ ମଜଭୁତ କରିବା ପାଇଁ ପ୍ରୟାସ ଜାରି ରଖିବାକୁ ପରାମର୍ଶ ଦେଇଥିଲେ ।

ବିଧାୟକ ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ ଆଗାମୀ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନରେ ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ପଂଚାୟତ ମାନଙ୍କରେ ଥିବା ସରପଂଚ, ସମିତିସଭ୍ୟ/ସଭ୍ୟା ପଦ ଗୁଡିକରେ ଯେଭଳି ବିଜେଡି ସମର୍ଥିତ ପାର୍ଥୀ ନିର୍ବାଚିତ ହୋଇଆସିପାରିବେ ସେଥି ପାଇଁ ଦଳର ସମସ୍ତ କର୍ମକର୍ତ୍ତାମାନେ ଯନôବାନ ହେବାକୁ ପରାମର୍ଶ ଦେଇଥିଲେ । ଆଗାମୀ ପଂଚାୟତ ନିର୍ବାଚନକୁ ଆଖିଆଗରେ ରଖି ଏବେ ଠାରୁ ତୃଣମୂଳ ସ୍ତରରୁ ଦଳର ସଂଗଠନକୁ ମଜଭୁତ କରାଯିବାକୁ ଉଦ୍ୟମ କରାଯିବା ଆବଶ୍ୟକ । ସେଥି ପାଇଁ ବର୍ତ୍ତାମାନ ଠାରୁ ପ୍ରତ୍ୟେକ ଗାଁକୁ ଗାଁ, ସାହିକୁ ସାହି ବୁଲି ସଂଗଠନକୁ ସୁଦୃଢ କରିବାକୁ ଏବଂ ଏଦିଗରେ ଦଳର କର୍ମୀମାନଙ୍କୁ ସଚେତନ କରାଯିବାକୁ ପରାମର୍ଶ ଦେଇଥିଲେ ବିଧାୟକ ଶ୍ରୀ ବେହେରା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ “ମା’କୁ ସମ୍ମାନ ଗାଁକୁ କାମ” ର ସଦୁପଯୋଗ କରିବା ସହ ମହିଳା ସଶକ୍ତିକରଣ ଓ ଗାଁର ଉନ୍ନତି ପାଇଁ ନବୀନ ସରକାର ପ୍ରତିଶୃତିବଦ୍ଧତାର ସହ ଦୀର୍ଘ ୨୧ବର୍ଷ ଧରି କାର୍ଯ୍ୟ କରିଆସୁଥିବା ବେଳେ ଆଗକୁ ମଧ୍ୟ ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଆସନ ଅଳଙ୍କୃତ କରିବେ ବୋଲି ରାଜ୍ୟର ସାଢେ ୪କୋଟି ଜନତାଙ୍କ ଆଶା ଓ ବିଶ୍ୱାସ ରହିଛି ବୋଲି କହିଥିଲେ ବିଧାୟକ ଶ୍ରୀ ବେହେରା । ନଗର ବିଜେଡି ସଭାପତି ଯଯାତି କେଶରୀ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବ୍ଲକ ବିଜେଡି ସଭାପତି ଆଲୋକ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି, ଦେବଦାସ ମହାନ୍ତି,ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ବରିଷ୍ଠ ନେତା ଭଜକୃଷ୍ଣ ରାଉତ,ଯୁବ ବିଜେଡି ଜିଲ୍ଲା ଉପସଭାପତି ମହେନ୍ଦ୍ର ମିଶ୍ର, ମାନସ କୁମାର ସାହୁ,ପୂର୍ବତନ ପୈାରାଧ୍ୟକ୍ଷ ଧିରେନ ସାହୁ,ରୋସ୍ନôା ସାହୁ, ହିରଣ୍ୟ କୁମାର ପଣ୍ଡା,କାଳି ପ୍ରସାଦ ମିଶ୍ର, ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ସେକ ମହମ୍ମଦ ଇନାୟତ(ଚନ୍ଦନ),ନରହରି ପାଣି,ସୀତାସୁନ୍ଦରୀ ମଲ୍ଲିକ, ଯୁବନେତା ନରୋତ୍ତମ ମଲ୍ଲିକ, ବିଜୟ କୁମାର ମଣ୍ଡଳ ପ୍ରମୁଖ ଶତାଧିକ ଦଳୀୟକର୍ମୀ ଉପସ୍ଥିତ ଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ରକ୍ତଦାନ ଶିବିରରେ ୪୧ୟୁନିଟ ରକ୍ତ ସଂଗୃହିତ ହୋଇଥିଲା ।

Leave A Reply