Odisha news

ସରକାରୀ ଜମି ଜବରଦଖଲ ଉଚ୍ଛେଦ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲେ ଓର୍ଷକା ଗ୍ରମବାସୀ

0

କେନ୍ଦ୍ରାପଡା,୨୩ା୧୦(Rabindra Dash) : ଜିଲ୍ଲା ରାଜସ୍ୱ ବିଭାଗର ସ୍ଥାଣୁତା ପାଇଁ ସରକାରୀ ଜମି ଜବର ଦଖଲ ବଢି ବଢି ଚାଲିଛି । ଏଥିପାଇଁ ଜନସାଧାରଣ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏ ସମ୍ପର୍କରେ ତହସିଲଦାର ଜଣାଇଲେ କୈାଣସି ସୁଫଳ ମିଳୁନାହିଁ । ଏପରି ଏକ ଅଭିଯୋଗକୁ ନେଇ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମ ପଞ୍ଚାୟତର ଓର୍ଷକା ଗ୍ରାମର ଗ୍ରମବାସୀ ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ଏହି ଗ୍ରାମର ପଞ୍ଚାନନ ନାୟକଙ୍କ ପୁତ୍ର ମନୋରଞ୍ଜନ ନାୟକ ସରକାରୀ ଜାଗା ଜବରଦଖଲ କରିଛନ୍ତି ।

ଗ୍ରାମ ଠାକୁରାଣୀ ଆଗରେ ଗାଡିମୋଟର ରଖି ରାସ୍ତା ଅବରୋଧ କରିଛନ୍ତି । କେନାଲ ବନ୍ଧ ଜମିକୁୁ ବାଡ ବୁଝି ବିଭିନ୍ନ ଗଛଲଗାଇ ଅବରୋଧ ପାଣି ନିଷ୍କାସନରେ ବାଧା ସୃଷ୍ଟି କରିଛନ୍ତି । ଗ୍ରାମବସସୀ ଯାତାୟତ କରିବାରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଗ୍ରାମବାସୀମାନେ ଏହାର ପ୍ରତବାଦ କରିବାରୁ ସେ ଗାଳିଗୁଲଜ କରୁଛି ଏବଂ ଜୀବନରେ ମାରିଦେବାକୁ ଧମକ ଦେଉଛି । ତୁରନ୍ତ ଜବରଦଖଲ ହଟାଇବାକୁ ଗ୍ରାମର ଉମାକାନ୍ତ ନାୟପକ,ପ୍ରଶାନ୍ତ ପରିଡା,ଗୋଲକ ଚନ୍ଦ୍ର ପରିଡା,ପ୍ରଫୁଲ୍ଲ ନାୟକ,ମନୋଜ ନାୟକ,ଖଗେଶ୍ୱର ଜେନାଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

Leave A Reply