କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାରୁ ବାସୁମତୀ ଚାଉଳ ଓ କାଇଁଚ ଶିଳ୍ପ ସାମଗ୍ରୀ ବିଦେଶ ରପ୍ତାନି କରାଯିବ । ଏନେଇ ସୋମବାର ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚ ସ୍ତରୀୟ ବୈଠକରେ ନିଷ୍ପତି ନିଆଯାଇଛି । ଆନ୍ତର୍ଜାତିକ ବଜାରରେ କେନ୍ଦ୍ରାପଡାର ବାସୁମତୀ ଚାଉଳର ଅଧିକ ଚାହିଦା ଥିବାରୁ ଓ ଗୁଣାତ୍ମକ ଦୃଷ୍ଟିରୁ ଉଚ୍ଚମାନର ହୋଇ ଥିବାରୁ ଏହାକୁ ବିଦେଶ ରପ୍ତାନି କରାଯିବ । ଏହା ସହ କାଇଁଚ ଶିଳ୍ପଜାତ ସାମଗ୍ରୀ ମଧ୍ୟ ବହୁ ଆଦାର ରହିଛି ।
ଏହି ଦୁଇ ସାମଗ୬ୀର ରପ୍ତାନି କରାଗଲେ ବୈଦେଶିକ ମୁଦ୍ରା ଆସିବା ସହ ସ୍ଥାନୀୟ ଚାଷୀ ଓ କାଇଁଚ ଶିଳ୍ପରେ ନିଯୁକ୍ତ ଥିବା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନେ ଆର୍ଥିକ ଲାଭବାନ ହୋଇ ପାରିବେ । ଏହି ଯୋଯନାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ରପ୍ତାନି ବିଭାଗର ସହକାରୀ ନିଦେ୍ର୍ଦଶକ ପି.କେ ମହନ୍ତ, ଏଲଡିଏମ ମଳୟ କୁମାର ମିତ୍ର, ନାବାର୍ଡର ଅଶୋକ କୁମାର ଆଚାର୍ଯ୍ୟ, ଜିଲ୍ଲା ଶିଳ୍ପ ସଂପ୍ରସାରଣ ଅଧିକାରୀ ସନ୍ତୋଷ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।