Odisha news

କେନ୍ଦ୍ରାପଡା : ଜମିବାଡି ବିବାଦ , ଭାଣିଜୀ ଏତଲାରେ ମାମୁଁଙ୍କୁ ଗିରଫ

0

କେନ୍ଦ୍ରାପଡା : ଏକ ପାରିବାରିକ ଗଣ୍ଡଗୋଳକୁ ଆଧାର କରି ଅଭିଯୋଗ କାରୀ ଙ୍କ ତରଫରୁ ପାଟକୁରା ଥାନାରେ ଅଭିଯୋଗ କରାଯାଇ ଥିଲା । ସୋମବାର ପାଟକୁରା ପୋଲିସ କେନ୍ଦ୍ରାପଡାରେ ପହଁଚି ଗୋପ ଛକରେ ଏକ ଭଡା ଘରେ ରହୁଥିବା ଅଭିଯୁକ୍ତ ଗିରିଶ ରାଜଙ୍କୁ ଗିରଫ କରି ନେଇଥିବା ଜଣାପଡିଛି ।

ପାଟକୁରା ଥାନାରେ ୧୨୨/୨୦ ରେ ମାମଲା ରୁଜୁ ହୋଇଛି । ଜମିବାଡି ବିବାଦକୁ ନେଇ ଭାଣିଜୀ ମିସ ଆନୀ ମାମୁଁ ଗିରିଶ ରାଜଙ୍କ ବିରୋଧରେ ଅଭିଯୋଗ ଦାୟର କରିଥିଲେ । ପାଟକୁରା ଥାନା ସବ ଇନିସପେକ୍ଟର ଜ୍ୟୋତି ରଞ୍ଜନ ମହାନ୍ତିଙ୍କ ନେତୃତ୍ୱରେ ଏକ ୪ ଜଣିଆ ପୋଲିସ ଟିମ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ।

Leave A Reply