କେନ୍ଦ୍ରାପଡା : ହରିଦାସପୁର-ପାରାଦ୍ୱୀପ ରେଳପଥ ନିର୍ମାଣ କାର୍ଯ୍ୟରେ ଠାକୁରଙ୍କ ଜମି ଅଧିଗ୍ରହଣ କରାଯାଇଥିଲେ ମଧ୍ୟ ମାର୍ଫଦାର ମାନଙ୍କୁ ଏପର୍ଯ୍ୟନ୍ତ କ୍ଷତି ପୂରଣ ମିଳିନାହିଁ । କ୍ଷତିପୂରଣ ମିଳିବା ଦାବି ନେଇ ମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ସୋମବାର ଜିଲ୍ଲାପାଳଙ୍କୁ ଭେଟି ଦାବି କରିଛନ୍ତି । ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ଶିଳିପୁର ସାମିଲ ସଂଗ୍ରାମପୁର ଶାସନରେ ଥିବା ମଣୀ ନାଗେଶ୍ୱର ମହାଦେବଙ୍କ ନାମରେ ଥିବା ୫୮ ଡିସିମିଲ ଜମି ଅଧିଗ୍ରହଣ କରାଯାଇଥିଲା ।
ଦୀର୍ଘ ବର୍ଷ ପରେ ମଧ୍ୟ ଏବାବଦ ମୂଲ୍ୟ ଠାକୁରଙ୍କ ପରିଚାଳନା କମିଟିକୁ ମିଳି ନଥିବା ମନ୍ଦିର କମିଟିର ସଭାପତି ଭାରତୀ କାନୁନ୍ଗୋ, ନରେନ୍ଦ୍ର କୁମାର ରଥ, ବାବାଜୀ ବେଉରା, ତନ୍ମୟୀ ବେଉରା, ପ୍ରତାପ କୁମାର ସାହୁ, ଭିକାରୀ ଚରଣ ସାହୁ ପ୍ରମୁଖ ଦାବି କରିବା ସହ ତୁରନ୍ତ ଏ ବାବଦ ଅର୍ଥ ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ଦାବି କରିଛନ୍ତି ।