Odisha news

ଗରାପୁର ଭିଆଇପି ରୋଡରେ ଉଜ୍ଜ୍ୱଳ ଆଲୋକୀକରଣ ବ୍ୟବସ୍ଥାର ଉଦଘାଟନ

0

କେନ୍ଦ୍ରାପଡା (Rabindra Dash) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତର ଗରାପୁର ଭିଆଇପି ରୋଡରେ ଉଜ୍ଜ୍ୱଳ ଆଲୋକୀ କରଣ ବ୍ୟବସ୍ଥାକୁ ମେଧାବୀ ଛାତ୍ର ତଥା ଚାଷୀ ପରିବାରର ସୁନିଲ ପଣ୍ଡା ଓ ଛାତ୍ରୀ ଆଶାରାଣୀ ପରିଡା ଉଦଘାଟନ କରିଛନ୍ତି । ସାଂସଦ ଆଚଂଳିକ ଉନ୍ନୟନ ପାଣ୍ଠିରେ ନିର୍ମିତ ଗରାପୁର ପୂର୍ତ୍ତ ବିଭାଗ ଡାକବଙ୍ଗଳା ଛକ ଠାରୁ କାଳି ମନ୍ଦିର ନିକଟସ୍ଥ ସାତଭଉଣୀ ଘାଟ ପର୍ଯ୍ୟନ୍ତ ଏହି ଉଜ୍ଜ୍ୱଳ ଆଲୋକୀ କରଣ ବ୍ୟବସ୍ଥାକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାଂସଦ ଅନୁଭବ ମହାନ୍ତି ଓ ବିଧାୟକ ଶଶୀଭୂଷଣ ବେହେରା ଯୋଗଦେଇଥିଲେ ।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ପୂର୍ବତନ କାଉନସିଲର ତଥା ସାଂସଦଙ୍କ ପ୍ରତିନିଧି ରଞ୍ଜିତ କୁମାର ସାହୁ(ଧନି), ଶିବପ୍ରସାଦ ଭଳ, ପୂର୍ବତନ କାଉନସିଲର ହିରଣ୍ୟ ପଣ୍ଡା, ମଙ୍ଗଳ ବରଣ ସିଂ, ପ୍ରକାଶ ପରିଡା, ନଗର ବିଜେଡି ସଭାପତି ଯଯାତୀ କେଶରୀ ମହାନ୍ତି, ଯୁବନେତା ପ୍ରମୋଦ ପ୍ରଧାନ, ରଞ୍ଜନ କର, ଛାତ୍ର ବିଜେଡି ସଭାପତି ପ୍ରଦୀପ କୁମାର ସାହୁ,ପୂର୍ବତନ ପୈାରାଧ୍ୟକ୍ଷ ଧିରେନ କୁମାର ସାହୁ, କପାଳେଶ୍ୱର ସରପଂଚ ଗାୟତ୍ରୀ ମହାନ୍ତି ,ବିଜେଡି ସଂଖ୍ୟାଲଘୁ ସେଲ ସଭାପତି ସେକ ମହମ୍ମଦ ଇନାୟତ(ଚନ୍ଦନ),ଲୋହିତ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply