Odisha news

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

0

କେନ୍ଦ୍ରାପଡା (Rabindra Dash) : କେନ୍ଦ୍ରାପଡା ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ କୋଭିଡ ଗାଇଡ ଲାଇନ ଅନୁଯାଇ ଭରଚୁଆଲ ଭିଡିଓ ଜରିଆରେ ପାଳିତ ହୋଇଯାଇଛି । ଜିଲ୍ଲା ଆଇନସେବା ପ୍ରାଧରକରଣ ସଚିବ ମଳୟ କୁମାର ପ୍ରଧାନ ଏଥିରେ ଅଧ୍ୟକ୍ଷତା କରି ମାନସିକ ଅନଗ୍ରସରମାନଙ୍କ ପାଇଁ ଥିବା ବିଭିନ୍ନ ଆଇନଗତ ସୁବିଧା ସୁଯୋଗ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଏହି ସଚେତନଧର୍ମୀ କାର୍ଯ୍ୟକ୍ରମରେ ଭାଗନେଇ ସରକାରୀ ସ୍ତରରେ ଥିବା ସୁବିଧା ସୁଯୋଗ ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।

ଏମାନଙ୍କୁ ସ୍ୱତନ୍ତ୍ର ବିଦ୍ୟାଳୟ ଗୁଡିକରେ ଶିକ୍ଷା ବ୍ୟବସ୍ଥା,ଚିକିସôା ଓ ବିଶେଷ ଚିକିସôା ପାଇଁ ଆର୍ଥିକ ସହାୟତା,ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପ୍ରଦାନ,ସହାୟକ ଉପକରଣ ପ୍ରଦାନ ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା । ନିମାଇଁ ଚରଣ ମାନସିକ ନ୍ୟୁନତା ସଂସ୍ଥାନର ଅଧ୍ୟକ୍ଷ ସ୍ୱପ୍ନାଶୁ ଦାସ ଏଥିରେ ଭାଗନେଇ ମାନସିକ ଅନଗ୍ରସରମାନଙ୍କ ଶିକ୍ଷା ବ୍ୟବସ୍ଥା ଓ ଆଇନରେ ଥିବା ଅଧିକାର ଗୁଡିକ ହାସଲ ପାଇଁ ଶିକ୍ଷକ,ସାମାଜିକ କର୍ମୀ ଓ ଅଧିକାରୀମାନଙ୍କ ସହଯୋଗ ସମ୍ପର୍କରେ କହିଥିଲେ । ଏହି ସଭାରେ ୩୫ରୁ ଉଦ୍ଧ୍ୱର୍ ଶିକ୍ଷକ,ଶିକ୍ଷୟତ୍ରୀ,ଅଭିଭାବକ ଭାଗନେଇ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ସମସ୍ତଙ୍କ ସହଯୋଗ ପାଇଁ ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply