କେନ୍ଦ୍ରାପଡା (Rabindra Dash) : କେନ୍ଦ୍ରାପଡାର ପରପୁତ୍ର,ଓଡିଶାର ପୂର୍ବତନ ମନ୍ତ୍ରୀ,ବିଶିଷ୍ଟ ଆଇନଜୀବି ତଥା ପୂର୍ବତନ ଆଡଭୋକେଟ ଜେନେରାଲ ସ୍ୱର୍ଗତ ଦୀନବନ୍ଧୁ ସାହୁଙ୍କ ଜନ୍ମ ଜୟନ୍ତୀ କେନ୍ଦ୍ରାପଡାରେ ପାଳିତ ହୋଇଯାଇଛି । ସେ କେନ୍ଦ୍ରାପଡା ଜିଲ୍ଲାର ଜଣେ ବିକାଶ ପୁରୁଷ ଥିଲେ । କେନ୍ଦ୍ରାପଡାର ସାମୁହିକ ବିକାଶରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା ଓ ସେ କେନ୍ଦ୍ରାପଡା ମହାବିଦ୍ୟାଳୟର ପ୍ରତିଷ୍ଠାତା ଥିଲେ । ତାଙ୍କ ରାଜନୈତିକ ଜୀବନରେ କେନ୍ଦ୍ରାପଡା ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ଜଳସେଚନର ସୁବିଧା କରିବା ସହ କେନ୍ଦ୍ରାପଡାରେ ଶିଳ୍ପାଚଂଳ, ବଳଦେବଜୀଉ ପାୱାରଲୁମ, ବିଚାର ବିଭାଗର ନୂତନ କୋର୍ଟ ପ୍ରତିଷ୍ଠା ଓ ଅଗ୍ନିଶମ କେନ୍ଦ୍ର ପ୍ରତିଷ୍ଠା କରିବା ସହ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ମଧ୍ୟ କରିଥିଲେ ।
ସେ ସମୟରେ କୃଷିର ଉନ୍ନତି ପାଇଁ ଜଜାଙ୍ଗ ଠାରେ ଝୋଟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିଥିଲେ ।ସ୍ୱାଧୀନତା ସଂଗ୍ରାମ ସମୟରେ ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀ ଓ ପ୍ରଜା ଆନେ୍ଦାଳନ ନେତାଙ୍କ ବିରୋଧରେ ହୋଇଥିବା ମିଥ୍ୟା ମୋକଦ୍ଦମାରେ ସେମାନଙ୍କ ପାଇଁ ଅଦାଲତରେ ବିନାପାରିଶ୍ରମିକରେ ସେମାନଙ୍କ ପାଇଁ ଲଢି ନ୍ୟାୟଦେବାରେ ସହାୟକ ହୋଇଥିଲେ ।
ଏଥିସହିତ ସେ ଜଣେ ଦରଦୀ ଓ ଭଗବତପ୍ରେମୀ ବୋଲି ବେଶ ଲୋକପ୍ରିୟ ଥିବାର ସୂର୍ଗତ ସାହୁଙ୍କ ଆଜିର ଜନ୍ମ ଜୟନ୍ତୀ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ସେ କେନ୍ଦ୍ରାପଡା ସହରର ମୀରପାଟଣା ଗ୍ରାମରେ ଗତ ୧୯୧୦ମସିହା ଅକ୍ଟୋବରମାସ ୧୦ତାରିଖରେ ଜନ୍ମଗ୍ରହଣ କରିଥିବା ବେଳେ ଗତ ୧୯୮୦ମସିହା ଅକ୍ଟୋବରମାସ ୭ତାରିଖରେ ତାଙ୍କର ତିରୋଧନ ହୋଇଥିଲା । ଆଜି ତାଙ୍କ ଜୟନ୍ତୀ ଅବସରରେ କେନ୍ଦ୍ରାପଡା ତହସିଲ କାର୍ଯ୍ୟାଳୟ ନିକଟରେ ସ୍ଥାପିତ ସୂର୍ଗତ ସାହୁଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡା, ଜିଲ୍ଲା ଓକିଲ ସଙ୍ଘର ସଭାପତି ସରୋଜରାଜ ସିଂ,ପୂର୍ବତନ ଅଧ୍ୟକ୍ଷ ଅଜୟ କୁମାର ସାମଲ ପ୍ରମୁଖ ସୂର୍ଗତ ସାହୁଙ୍କ ସମ୍ପର୍କରେ ବିଶେଷ ଭାବରେ ବର୍ଣ୍ଣନାକରି ବକ୍ତବ୍ୟ ରଖିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ବିବେକାନନ୍ଦ ଦାସ, ପୂର୍ବତନ ସଭାପତି ଆଡଭୋକେଟ ଧ୍ରୁବ ଚରଣ ଜେନା, ଆଡଭୋକେଟ ଦେବଦାସ ମହାନ୍ତି, ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ତଥା ସମାଜସେବୀ ପ୍ରଦିପ କୁମାର ମହାନ୍ତି, କେନ୍ଦ୍ରାପଡା କଲେଜର ଅଧ୍ୟକ୍ଷ ପ୍ରଫେସର ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ, ପୂର୍ବତନ ପୈାରାଧ୍ୟକ୍ଷ ଧିରେନ କୁମାର ସାହୁ, ଆଡଭୋକେଟ ନିତ୍ୟାନନ୍ଦ ସ୍ୱାଇଁ, ରେବତୀରମଣ ଦାସ, ବିଜୟ ଚନ୍ଦ୍ର ପତି, ଗୋପାଳକୃଷ୍ଣ ଜେନା, ପୂର୍ବତନ କାଉନସିଲର ହିରଣ୍ୟ କୁମାର ପଣ୍ଡା, ଶୁକଦେବ ସାହୁ, ମନୋରଞ୍ଜନ ଦାସ, ପ୍ରଦୀପ୍ତ ନାୟକ, ଦେବେନ୍ଦ୍ର ଦାସ, ବିପଦଭଞ୍ଜନ ଦାସ, ଧିରେନ୍ଦ୍ର କୁମାର ଦାସ, ମହେନ୍ଦ୍ର କୁମାର ମିଶ୍ର, ମୁକ୍ତାର ଖାଁ, ନାରାୟଣ ସାହୁ, ଗୋଲଖ ଚନ୍ଦ୍ର ପଢିହାରୀ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।