Odisha news

ହତ୍ୟାକାରୀଙ୍କୁ ଗିରଫ ଦାବିରେ ପଚା ଶବକୁ ଦାଣ୍ଡରେ ରଖି ପ୍ରତିବାଦ କଲେ ଗ୍ରାମବାସୀ

0

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ମହୁଲିଆ ପଂଚାୟତ ମାଣପଡା ଗାଁରେ ମା ର ନିଖୋଜ ନେଇ ଝିଅ ଥାନାରେ ଅଭିଯୋଗ କରିବାପରେ ପରେ ଝିଅର ଶବ ମାମୁ ଘର ବାଡ଼ି ପୋଖରୀରୁ ମିଳିବା ଘଟଣା ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ମହାକାଳପଡା ବ୍ଲକ ଅଂଚଳର ପତିତ ପାବନ ନାଥ ଶ୍ୱଶୁର ଘର ଗାଁରେ ରହିଆସୁଥିଲେ । ମାତ୍ର ପାରିବାରିକ ବିବାଦ ପାଇଁ କିଛିଦିନ ହେବ ପତିତପାବନ ନିଜ ସ୍ତ୍ରୀ ଓ ଦୁଇ ଝିଅଙ୍କୁ ମଣପଡାରେ ଛାଡି ନିଜ ଗାଁ ବାବର ପଟେ ରହୁଥିଲେ । ମାତ୍ର ପାଞ୍ଚ ଦିନ ତଳେ ପତ୍ନୀ ପ୍ରମିଳାଙ୍କ ନିଖୋଜ ନେଇ ଝିଅ ସତ୍ୟପ୍ରିୟା ଥାନାରେ ଅଭିଯୋଗ କରିବା ପରଦିନସକାଳେ ଝିଅର ଶବ ମାମୁଁଘର ବାଡ଼ି ପୋଖରୀରୁ ମିଳିଥିଲା । ସେହିଦିନ ସନ୍ଧ୍ୟାରେ ନିଖୋଜ ପ୍ରମିଳାଙ୍କ ଶବ ଗୋବର୍ଦ୍ଧନପୁର ପାଖ ହଂସୁଆ ନଦୀରୁ ମିଳିଥିଲା । ପୋଲିସ ପ୍ରଥମେ ଝିଅର ଶବ ଓ ପରେ ମାର ଶବ ବ୍ୟବଛେଦ ପାଇଁ ପଠାଇ ଥିଲା ।

ଏପଟେ ପତିତ ପାବନ ରାଜନଗରରେ ପହଁଚି ଶଳା ଅଜାମ୍ବର ବେହେରାଙ୍କ ପୁଅ ସଞ୍ଜୟ ପତ୍ନୀ ଠାରୁ ଟଙ୍କା ନେବା ଓ ପିଉସୀ ଝିଅ ସହିତ ଅନୈତିକ ସମ୍ପର୍କ ରଖି ଗର୍ଭବତୀ କରାଇବା ନେଇ ଅଭିଯୋଗ କରୁଥିଲେ । ପତିତପାବନଙ୍କ ପରିବାର ପ୍ରତି ଶ୍ୱଶୁର ଘର ଲୋକଙ୍କ ଅବିଚାର ବିରୁଦ୍ଧରେ ଗ୍ରାମବାସୀ ସ୍ୱର ଉତ୍ତୋଳନ କରିଥିଲେ । ଏପରିକି ଥାନା ସମ୍ମୁଖରେ ବସି ରହି ହତ୍ୟା କାରୀଙ୍କୁ ଗିରଫ ମୃତକଙ୍କ ପରିବାରକୁ ନ୍ୟାୟ ଦାବିରେ ପ୍ରତିବାଦ କରିଥିଲେ ।ପୋଲିସ ସଂଜୟକୁ ଥାନାକୁ ଡକାଇ ପଚରା ଉଚରା କରିଥିଲା । କିନ୍ତୁ ପୋଲିସ ପୃଥକ ଜଳାଶୟରୁ ଉଦ୍ଧାର ଶବ ଦୁଇଟି ବ୍ୟବଛେଦ ପରେ ଦାହ ନିମନ୍ତେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଗ୍ରାମର ଲୋକେ ଝିଅର ପଚା ଶବକୁ ମାମୁଁଘର ବାରଣ୍ଡାରେ ରଖିଥିବା ବେଳେ ମା ର ଶବକୁ ଶବ ବାହକ ଗାଡ଼ିରେ ରଖି ଦାଣ୍ଡରେ ବସି ରହି ମାମୁଁ ଘର ପରିବାର ଲୋକଙ୍କୁ ହତ୍ୟା ସନ୍ଦେହରେ ତୁରନ୍ତ ଗିରଫ ପାଇଁ ଦାବି କରିଥିଲେ, ସେପଟେ ବ୍ୟବଛେଦ ଶବ ଦାହ ହୋଇ ନଥିବାରୁ ଦୁର୍ଗନ୍ଧର ଗାଁ ଦାଣ୍ଡ ଫାଟିପଡୁଛି । ମାମୁଁ ପୁଅର ଅବୈଧ ସମ୍ପର୍କରୁ ପିଉସୀ ଝିଅ ୮ମାସର ଗର୍ଭବତୀ ଓ ପ୍ରମିଳାଙ୍କଠାରୁ ପୁତୁରା ଟଙ୍କା ନେବା ଘଟଣା ନେଇ ଏଭଳି ଜଘନ୍ୟ ଘଟଣା ଘଟିଥିବାର ସଭିଁଏ କୁହନ୍ତି ।

 

Leave A Reply