ମୁମ୍ବଇ : ମହାରାଷ୍ଟ୍ରର ଭିୱାଣ୍ଡିର ଧାମନକର ନିକଟରେ ପଟେଲ କମ୍ପାଉଣ୍ଡର ଏକ ତିନି ମହଲା କୋଠା ଭୁଶୁଡି ପଡ଼ିଛି। ଏହି ଘଟଣାରେ ଏପର୍ଯ୍ୟନ୍ତ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୫ ଜଣଙ୍କୁ ଉଦ୍ଧାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ଭଗ୍ନାବଶେଷ ତଳେ ଆହୁରି ୫୦-୬୦ ଜଣ ଫସିରହିଥିବା ଆଶଙ୍କା କରାଯାଉଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଏହି ଘଟଣା ରାତି ପ୍ରାୟ ୩ଟା ୩୦ ସମୟରେ ଘଟିଥିଲା।
ଉଦ୍ଧାର କାର୍ଯ୍ୟ ପାଇଁ ଏନଡ଼ିଆରଏଫର ଦୁଇଟି ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ରହିଛି। ଏଠାରେ କ୍ଷମତାଠାରୁ ଅଧିକ ଲୋକ ରହୁଥିବାରୁ ପୂର୍ବରୁ ଏହି କୋଠାକୁ ପୌରପାଳିକା ପକ୍ଷରୁ ମଧ୍ୟ ନୋଟିସ୍ ଜାରି କରାଯାଇଥିଲା। ଏହି କୋଠାଟି ୧୯୮୪ରେ ନିର୍ମାଣ ହୋଇଥିଲାବେଳେ ଏଠାରେ ୨୧ ପରିବାର ବସବାସ କରୁଥିଲେ।
