Odisha news

ଜିଲ୍ଲାରେ ମୋଟ ୨୫୧୦ ଜଣ କରୋନା ସଂକ୍ରମିତ ,୮୯୯ ଜଣ ସକ୍ରୀୟ

0

କେନ୍ଦ୍ରାପଡା ୯/୯ ( ରବୀନ୍ଦ୍ର ଦାଶ ) – କେନ୍ଦ୍ରାପଡା ଜିଲ୍ଲାରେ ମୋଟ ୨୫୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ୧୧୬ ଜଣ କରୋନା ସଂକମିତ ଚିହ୍ନଟ ହୋଇଛନ୍ତି । ତେବେ ସେଥି ମଧ୍ୟରୁ ୧୬୦୭ ଜଣ ସୁସ୍ଥ ହୋଇଥିବା ବେଳେ ୮୯୯ ଜଣ ସକ୍ରୀୟ ସଂକ୍ରମିତ ଚିକିସôାଧିନ ଅଛନ୍ତି ।

ବାହାର ରାଜ୍ୟମାନଙ୍କରୁ ଆସୁଥିବା ପ୍ରବାସୀମାନଙ୍କୁ କରୋନା ପ୍ରତିରୋଧ ପାଇଁ ପ୍ରଶାସନିକ ତତ୍ୱାବଧାନରେ ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରେରଣ କରାଯାଉଛି । ଆଜି ସୁଦ୍ଧା ରାଜ୍ୟ ବାହାରୁ ୫୯ହଜାର ୭୯୯ ଜଣ ପ୍ରବାସୀ ଆସିଲେଣି ବୋଲି ସରକାରୀ ସୂତ୍ରରୁ ଜଣା ପଡିଛି ।

ଆଜି ୪୦୭ ଜଣ ପ୍ରବାସୀ ଆସିଥିବା ବେଳେ ସେମାନଙ୍କୁ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଛି । ସେମାନଙ୍କ ମଧ୍ୟରୁ କେନ୍ଦ୍ରାପଡା ବ୍ଲକର ୬, ମହାକାଳପଡା ବ୍ଲକର ୨, ଗରଦପୁର ବ୍ଲକର ୨ ,ରାଜନଗର ବ୍ଲକର ୨୭, ରାଜକନିକା ବ୍ଲକର ୧୦, ଆଳି ବ୍ଲକର ସର୍ବାଧିକ ୩୬୦ ଜଣ ଅଛନ୍ତି

Nalco
Leave A Reply