Odisha news

ଯୁବତୀକୁ ମାଡମାରି ଛଡାଇ ନେଲେ ମୋବାଇଲ, ଥାନାରେ ଅଭିଯୋଗ

0

କେନ୍ଦ୍ରାପଡା ,୩/୯ ( ରବୀନ୍ଦ୍ର ଦାଶ ) : କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଦୁହୁରିଆ ନିକଟରେ ଜଣେ ଯୁବତୀକୁ ମାଡ ମାରି ଜଣେ ଯୁବକ ମୋବାଇଲ ଛଡାଇ ନେବା ସହିତ ଯୁବତୀ ଜଣଙ୍କୁ ଗୁରୁତର ଆହତ କରିଥିବା ଥାନାରେ ଅଭିଯୋଗ ହୋଇଛି ।

ଘଟଣାରୁ ପ୍ରକାଶ ଯେ ସଦର ଥାନା ଅନ୍ତର୍ଗତ ଦୁହୁରିଆ ଗ୍ରାମର ଗୁରୁ ଚରଣ ସ୍ୱାଇଁଙ୍କ ଝିଅ ସବିତା ସ୍ୱାଇଁ ବୁଧବାର ଦିନ ପ୍ରାୟ ୧୦ ଟା ସମୟରେ ସାଇକେଲ ଯୋଗେ ଜ୍ଞାନପୀଠ ଛକ ନିକଟରେ ଥିବା ଏକ ଟେଲର ଦୋକାନକୁ ଟେଲର କାମ ଶିଖିବାକୁ ଆସୁଥିବା ବେଳେ ଦୁହୁରିଆ ନିକଟ ଅନୁକୁଳଚନ୍ଦ୍ରଙ୍କ ମନ୍ଦିର ପାଖରେ ଜଣେ ଯୁବକ ସ୍କୁଟିରେ ଆସି ଯୁବତୀକୁ ଧକ୍କା ମାରି ତା ନିକଟରେ ଥିବା ୧୮ ହଜାର ଟଙ୍କା ମୂଲ୍ୟର ଏକ ଭିଭୋ ମୋବାଇଲ ଛଡାଇ ନେଇଥିଲେ । ଯୁବତୀ ଜଣଙ୍କ ଏହାର ପ୍ରତିବାଦ କରିବାରୁ ତାଙ୍କୁ ମାଡ ମାରି ଗୁରୁତର କରିଥିଲା ଲୁଟେରା ଯୁବକ ।

ଆହତ ଯୁବତୀକୁ ସ୍ଥାନୀୟ ଲୋକେ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲେ । ଏହି ଘଟଣାକୁ ନେଇ ପରିବାର ପକ୍ଷରୁ ସଦର ଥାନାରେ ଅଭିଯୋଗ ହୋଇଛି । ସେହି ଅଭିଯୋଗକୁ ଭିତ୍ତି କରି ସଦର ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି ।

Leave A Reply