Odisha news

ଜିଲ୍ଲାର ୧୨ହଜାରରୁ ଉଦ୍ଧ୍ୱର୍ ପଞ୍ଜିକୃତ ନିର୍ମାଣ ଶ୍ରମିକ କରୋନା ସହାୟତା ପାଇନଥିବା ଅଭିଯୋଗ

0

କେନ୍ଦ୍ରାପଡା , ୦୨/୯ ( ରବୀନ୍ଦ୍ର ଦାଶ )  କେନ୍ଦ୍ରାପଡା ଜିଲ୍ଲାର ୧୨ହଜାରରୁ ଉଦ୍ଧ୍ୱର୍ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ଅଦ୍ୟାବଧି କରୋନା ସହାୟତା ପ୍ରଦାନ କରାଯାଇନଥିବା ଅଭିଯୋଗ ହୋଇଛି । ଜିଲ୍ଲାର ମୋଟ ୯୪ହଜାର ୪୫୬ଜଣ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ନିମନ୍ତେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାର ୯ଟି ବ୍ଲକର ବିଡିଓ ଏବଂ ୨ଟି ପୈାରସଂସ୍ଥାର ନିର୍ବାହୀ ଅଧିକାରୀକୁ ମୋଟ ୧୨କୋଟି ୧୮ଲକ୍ଷ ୩୩ହଜାର ଟଙ୍କା କରୋନା ସହାୟତା ବାବଦରେ ପ୍ରଦାନ କରାଯାଇଥବା ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ସେଥିମଧ୍ୟରୁ କେନ୍ଦ୍ରାପଡା ବ୍ଲକର ୧୧ହଜାର ୫୬୩ଜଣ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ପାଇଁ ବିଡିଓ କେନ୍ଦ୍ରାପଡାଙ୍କୁ ଏକକୋଟି ୫୮ଲକ୍ଷ ୮୫ହଜାର ଟଙ୍କା କରୋନା ସହାୟତା ପ୍ରଦାନ କରାଯାଇଥିବା ବେଳେ ଡେରାବିଶ ବ୍ଲକର ୯ହଜାର ୯୬୫ଜଣଙ୍କ ପାଇଁ ୯୮ଲକ୍ଷ ୪୦ହଜାର ଟଙ୍କା, ଗରଦପୁର ବ୍ଲକର ୮ହଜାର ୧୪୦ଜଣଙ୍କ ପାଇଁ ୮୯ଲକ୍ଷ ୧୧ହଜାର ୫ଶହ ଟଙ୍କା, ମହାକାଳପଡା ବ୍ଲକର ୧୫ହଜାର ୫୯୮ଜଣଙ୍କ ପାଇଁ ଏକକୋଟି ୭୨ଲକ୍ଷ ୧୫ହଜାର ୫ଶହ ଟଙ୍କା, ମାର୍ଶାଘାଇ ବ୍ଲକର ୮ହଜାର ୧୬୬ଜଣଙ୍କ ପାଇଁ ୯୮ଲକ୍ଷ ୪୦ହଜାର ଟଙ୍କା, ରାଜକନିକା ବ୍ଲକର ୬ହଜାର ୨୧୪ଜଣଙ୍କ ପାଇଁ ୭୭ଲକ୍ଷ ୫୫ହଜାର ଟଙ୍କା, ଆଳି ବ୍ଲକର ୧୦ହଜାର ୨୧୮ଜଣଙ୍କ ପାଇଁ ଏକକୋଟି ୧୬ଲକ୍ଷ ୧୦ହଜାର ଟଙ୍କା, ରାଜନଗର ବ୍ଲକର ୯ହଜାର ୮୪୦ଜଣଙ୍କ ପାଇଁ ଏକକୋଟି ୨୨ଲକ୍ଷ ୨୩ହଜାର ୫ଶହ ଟଙ୍କା, ପଟ୍ଟାମୁଣ୍ଡାଇ ବ୍ଲକର ୧୦ହଜାର ୮୧୬ଜଣଙ୍କ ପାଇଁ ଏକକୋଟି ୧୫ଲକ୍ଷ ୩୦ହଜାର ୫ଶହ ଟଙ୍କା, କେନ୍ଦ୍ରାପଡା ପୈାରାଂଚଳର ୨ହଜାର ୮୨୯ଜଣଙ୍କ ପାଇଁ ୫୭ଲକ୍ଷ ୨୨ହଜାର ୫ଶହ ଟଙ୍କା ଓ ପଟ୍ଟାମୁଣ୍ଡାଇ ପୈାରାଂଚଳର ୧ହଜାର ୧୦୭ଜଣ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ପାଇଁ ପୈାରନିର୍ବାହୀ ଅଧିକାରୀଙ୍କୁ ୧୮ଲକ୍ଷ ୨୮ହଜାର ୫ଶହ ଟଙ୍କା ପ୍ରଦାନ କରାଯାଇଛି ।

କିନ୍ତୁ ଗତ ଅପ୍ରେଲମାସରୁ ଏହି ଅର୍ଥ ସହିତ ଯୋଗ୍ୟ ପଞ୍ଜିକୃତ ନିର୍ମାଣ ଶ୍ରମିକମାନଙ୍କ ତାଲିକା ବ୍ଲକ ଓ ପୈାରଂଚଳକୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ପ୍ରଦାନ କରାଯାଇଥିଲେ ମଧ୍ୟ ଅଦ୍ୟାବଧି କେଉଁ ବ୍ଲକ ବା ପୈାରାଂଚଳ ସେମାନଙ୍କୁ ପ୍ରଦାନ କରାଯାଇଥିବା ତାଲିକା ମଧ୍ୟରୁ କେତେଜଣ ନିର୍ମାଣ ଶ୍ରମିକଙ୍କୁ କେତେ ଅର୍ଥ ପ୍ରଦାନ କଲେ ସେ ସମ୍ପର୍କରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ କୈାଣସି ତଥ୍ୟ ପ୍ରଦାନ କରିନାହାନ୍ତି । ଅଦ୍ୟାବଧି ପ୍ରାୟ ୧୨ହଜାରରୁ ଉଦ୍ଧ୍ୱର୍ ଯୋଗ୍ୟ ପଞ୍ଜିକୃତ ନିର୍ମାଣ ଶ୍ରମିକ ସରକାରଙ୍କ କରୋନା ସହାୟତା ପାଇନଥିବା ବେଳେ ସେମାନେ ପଂଚାୟତରୁ ବ୍ଲକ ଓ ବ୍ଲକରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଦୈାଡି ଦୈାଡି ନୟାନ୍ତ ହେଲେଣି ।

ହେଲେ ସେମାନଙ୍କ ଦୁଃଖ କେହି ବୁଝୁ ନଥିବା ଅଭିଯୋଗ ହୋଇଛି । ଏତଦବ୍ୟତିତ ବର୍ତ୍ତମାନ ସୁଦ୍ଧା କୈାଣସି ବ୍ଲକ କିମ୍ବା ପୈାରସଂସ୍ଥା ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ପେମେଂଟ ଭାଉଚର ଓ ବଳକା ଅର୍ଥ ଫେରସ୍ତ ଦେଇନଥିବା ଯୋଗୁଁ କରୋନା ସହାୟତା ପାଇନଥିବା ନିର୍ମାଣ ଶ୍ରମିକମାନେ ସେମାନଙ୍କ ସହାୟତା ଅର୍ଥ ପାଇପାରୁନଥିବା ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି

Leave A Reply