Odisha news

ଖୋଲା ଇଟାଭାଟି ବନ୍ଦ ପାଇଁ ଗ୍ରାମବାସୀ ଙ୍କ ଦାବି

0

କେନ୍ଦ୍ରାପଡା :  ଜିଲ୍ଲାର ବିଭିନ୍ନ ତହସିଲ ଅଂଚଳରେ ବେଆଇନ ଇଟାଭାଟି ତିଆରି ଚାଲିଛି । ରାଜ୍ୟ ସରକାର ଖୋଲା ଇଟାଭାଟିକୁ ନିଷିଦ୍ଧ କରିଥିବା ବେଳେ ଗ୍ରାମାଂଚଳରେ ଥିବା ଅନାବାଦି ଗୋଇଚର ଜମିରେ ମାଟି ଖୋଳି ଇଟାଭାଟି ତିଆରି କରି ଜମି ମାଫିଆ ମାନେ ବେଆଇନ ଭାବେ ବହୁ ସଂଖ୍ୟାରେ ଇଟାଭାଟି କରୁଛନ୍ତି ।

ଏଭଳି ବେଆଇନ କାର୍ଯ୍ୟକୁ ତହସିଲର କର୍ମଚାରୀ ମାନେ ଅର୍ଥ ଲୋଭରେ ସମର୍ଥନ କରୁଥିବାରୁ ପରିବେଶ ପାଇଁ ବିପଦ ଦେଖା ଦେଇଛି । ଚାନେ୍ଦାଳ ଫାଣ୍ଡି ଅଧିନ ବାଙ୍କୀ ମୁଣ୍ଡାଇ ଗ୍ରାମର ଶତାଧିକ ଗ୍ରାମବାସୀ ଶନିବାର ଜିଲ୍ଲାପାଳଙ୍କୁ ଭେଟି ତାଙ୍କ ଅଂଚଳରେ ହୋଇଥିବା ଇଟାଭାଟିକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି । ଇଟାଭାଟି ଧୂଆଁରେ ଅତିଷ୍ଠ ଗ୍ରାମବାସୀ ମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଭେଟିଥିଲେ ।

Leave A Reply