Odisha news

କେନ୍ଦ୍ରାପଡାରେ ବାହାରିଲା ୪ ପଜିଟିଭ

0

କେନ୍ଦ୍ରାପଡା-୧୬/୦୫ କେନ୍ଦ୍ରାପଡା ଜିଲ୍ଲାରେ କରୋନା ଭୂତାଣୁ ସଂକ୍ରମଣଙ୍କ ସଂଖ୍ୟା ବଢିବାରେ ଲାଗିଛି । ଶନିବାର ଚାରିଜଣ ନୂଆ ସଂକ୍ରମିତ ଙ୍କ ସୂଚନା ମିଳିବା ପରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬ ରେ ପହଁଚିଛି । ଏମାନଙ୍କ ମଧ୍ୟରୁ ୨ଜଣ ସୁସ୍ଥ ହୋଇଥିବା ବେଳେ ବର୍ତମାନ ମୋଟ ୨୪ ଜଣ ସକ୍ରୀୟ ସଂକ୍ରମିତ ଚିକିସôାଧିନ ଅଛନ୍ତି । ଶନିବାର ମହାକାଳପଡା ବ୍ଲକରୁ ଜଣେ ଓ ମାଶାର୍ଘାଇ ବ୍ଲକରୁ ୩ ଜଣ ସୁରଟ ଫେରନ୍ତାଙ୍କ ଠାରେ ଏହି ଲକ୍ଷଣ ଚିହ୍ନଟ ହୋଇଥିଲା ।

ଗତ ୯ ତାରିଖରେ ଏମାନେ ସମସ୍ତେ ସୁରଟରୁ ଫରି ସଂଗରୋଧ ଶିବିର ରେ ରହିଥିଲେ । ସଂକ୍ରମିତଙ୍କ ସଂସ୍ପର୍ଷରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ଏହି ସଂକ୍ରମିତ ୪ ଜଣଙ୍କୁ କଟକ କୋଭିଟ ହସପିଟାଲକୁ ପଠାଯିବା ସହ ସେ ଅଂଚଳକୁ ସାନିଟାଇଜ କରାଯାଇଥିବା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ଏହି ସଂକ୍ରମିତ ବ୍ୟକ୍ତିମାନେ ସାଧାରଣ ସ୍ଥାନ କିମ୍ବା ନିଜ ପରିବାର ର ଲୋକ ମାନଙ୍କ ସଂପର୍କରେ ଆସି ନଥିବାରୁ ଅଧିକ ସଂକ୍ରମଣ ର ସମ୍ବାବନା ନାହିଁ ବୋଲି ପ୍ରାଥମିକ ଆକଳନରୁ ଜଣା ପଡିଛି ।

Leave A Reply