Odisha news

ଡେଲାଙ୍ଗ ଘୋରଡିଆ ବିଜେପି ମଣ୍ଡଳ ପକ୍ଷରୁ ଶୁଖିଲା ଖାଦ୍ୟ ବିତରଣ

0

ଡେଲାଙ୍ଗ : ଡେଲାଙ୍ଗ ବ୍ଳକର ଘୋରଡିଆ ମଣ୍ଡଳ ବିଜେପି ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଘୋରଡିଆ ବିଜେପି ନେତା ତଥା ସାମାଜିକ କର୍ମୀ ଶତୃଘ୍ନ ବଳିୟାରସିଂହଙ୍କ ନେତୃତ୍ୱରେ ବିଭିନ୍ନ ଗ୍ରାମରେ ଥିବା ହରିଜନ, ଅସହାୟ ପରିବାର ମାନଙ୍କୁ ଶୁଖିଲା ଖାଦ୍ୟ ବିତରଣ କରାଯାଇଛି । ରାଜ୍ୟରେ କରୋନା ଯୋଗୁ ଦୁଇ ମାସ ଧରି ଲକ ଡାଉନ ଜାରି ରହିବା ଫଳରେ ଗରିବ, ଅସହାୟ, ଦିନ ମଜୁରିଆ ମାନେ ବହୁ ଅସୁବିଧାରେ ପଡିଛନ୍ତି । ଏପରିକି କେତକ ପରିବାର ଦିନକୁ ଦିଇଓଳି ଖାଇବାରୁ ବଞ୍ଚିତ ହୋଇଛନ୍ତି । ଘରେ ଚାଉଳ ଥିଲେ ମଧ୍ୟ ପନିପରିବା ଓ ଡାଲି ତେଲ କିଣିବା ପାଇଁ ସେମାନଙ୍କ ପାଖରେ ପଇସା ନାହିଁ ।

ସେହିପରି ରାଜ୍ୟ ସରକାର କରିଥିବା ନିୟମକୁ ସମସ୍ତେ ମାନିବାକୁ ପଡିବ । ଏହି ରୋଗରୁ ରକ୍ଷା ପାଇବାକୁ ହେଲେ ମୁହଁରେ ମାସ୍କ ଲଗାଇବା, ସାମାଜିକ ଦୂରତା ରକ୍ଷା କରିବା, ଆବଶ୍ୟକ ନ ଥିଲେ ବାହାରକୁ ନ ବାହାରିବା, ସାବୁନରେ ବାରମ୍ବାର ହାତ ଧୋଇବା ଆବଶ୍ୟକତା ରହିଛି ବୋଲି ଶ୍ରୀ ବଳିୟାରସିହ କହିଥିଲେ ।

ଘୋରଡିଆ ମଙ୍ଗରାଜପୁରର ଦଳିତବସ୍ତି, ପଣ୍ଡୁଆ ଦଳିତବସ୍ତି ଓ କୁଆପଦା ଗ୍ରାମରେ ଅନେକ ପରିବାରଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଘୋରଡିଆ ବିଜେପି ମଣ୍ଡଳ ସଭାପତି ଲଡୁ କିଶୋର ରାୟ, ଯୁବନେତା ରବିନ୍ଦ୍ର ସ୍ୱାଇଁ, ସାମାଜିକ କର୍ମୀ ମହେନ୍ଦ୍ର ହରିଚନ୍ଦନ, ଉମେଶ ପାଟ୍ଟଶାଣୀ, ଅକ୍ଷୟ ଜେନା, ରାଜିବ ବଳିୟାରସିଂହ, ନିଳେନ୍ଦୁ ଜେନା, ସର୍ବେଶ୍ୱର ଜେନା, ଲକ୍ଷ୍ମୀଧର ରାଉତରାୟ, ପ୍ରଶାନ୍ତ ରାଉତରାୟ, ରୋହିତ ଧାଉଡିଆ, ପୂଣ୍ଣଚନ୍ଦ୍ର ଶତୃଶଲ୍ୟ ମହନ୍ତ ମଙ୍ଗରାଜ, ମହେନ୍ଦ୍ର ଧାଉଡିଆ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply