Odisha news

ଅଜାର ଶୁଦ୍ଧି କର୍ମକୁ ଆସି ନାତିର ମୃତ୍ୟୁ

0

କେନ୍ଦ୍ରାପଡା( ରବୀନ୍ଦ୍ର ଦଶ ) : କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ମୀରପାଟଣା ଗ୍ରାମର ଜଣେ ବ୍ୟକ୍ତିଙ୍କ ଶୁଦ୍ଧି କ୍ରିୟାରେ ଯୋଗ ଦେବାକୁ ଆସିଥିବା ନାତି ପାଣିରେ ବୁଡି ମୃତୁ୍ୟ ବରଣ କରିଥିବା ଜଣା ପଡିଛି ।

ଘଟଣା ମୁତାବକ ସେହି ଗ୍ରାମର ବନ୍ଧୁ ଦାସଙ୍କ ପରିଣତ ବୟସରେ ମୃତୁ୍ୟ ଘଟିଥିଲା । ତାଙ୍କର ଶୁଦ୍ଧି କ୍ରିୟାକୁ ଆସିଥିବା ନାତି ତଥା ସାଂନ୍ଧ୍ୟ ମହାବିଦ୍ୟାଳୟର ଛାତ୍ର ସତ୍ୟଜିତ୍ ଦାସ ଶୁଦ୍ଧି କ୍ରିୟାରେ ଯୋଗ ଦେଇ ଗାଧୋଇବା ପାଇଁ ଗୋବରୀ ନଈକୁ ଯାଇଥିଲେ ।

ସେଠାରେ ଅସାବଧାନତା ବଶତ ପାଣିରେ ବୁଡି ପ୍ରାଣ ହରାଇଥିବା ଜଣାପଡିଛି । ଏହାକୁ ନେଇ ଉଭୟ ପରିବାର ଓ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ରିପୋଟ ଲେଖା ହେଲା ବେଳକୁ ରାତିରେ ଆଲୋକ ବ୍ୟବସ୍ଥା କରାଯାଇ କେନ୍ଦ୍ରାପଡା ଅଗ୍ନିଶମ ବିଭାଗ ପକ୍ଷରୁ ଗୋବରୀ ନଦୀରେ ସତ୍ୟଜିତ୍ ଙ୍କୁ ଖୋଜିବା ପାଇଁ କର୍ମଚାରୀ ମାନେ ଲାଗିଥିବା ଜଣା ପଡିଛି ।

Leave A Reply