ସରକାରୀ ଅର୍ଥ ବେପରୁଆ ଖର୍ଚ୍ଚ ଓ ଜନ ସାଧାରଣଙ୍କ ବିଶ୍ୱାସ ଭଙ୍ଗ ଅଭିଯୋଗରେ ଜଲ ସଂପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ବିରୋଧରେ ଏତଲା
କେନ୍ଦ୍ରାପଡା (ରବୀନ୍ଦ୍ର ଦାଶ ) : କେନ୍ଦ୍ରାପଡା ଜଳ ସଂପଦ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରବୋଧ କୁମାର ରାଉତ ଓ ଛତା ସବଡିଭିଜନ ର ସହକାରୀ ସମୀର ପରିଡାଙ୍କ ନାମରେ ନିକିରାଇ ଥାନାରେ ଅଭିଯୋଗ କରାଯାଇଛି । ସରକାରୀ ଅର୍ଥ ପ୍ରାୟ ୬ କୋଟି ଟଙ୍କା ବିନରବୟ କରିବା ଜନ ସାଧାରଣଙ୍କ ବିଶ୍ୱାସ ଭଙ୍ଗ ପ୍ରଭୃତି ଅପରାଧିକ ମାମଲା ଘଟାଇ ଥିବା ଅଭିଯୋଗ ରେ କେନ୍ଦ୍ରାପଡା ଜିଲ୍ଲା ସଚେତନ ନାଗରିକ ପକ୍ଷରୁ ଏହି ଏତଲା ଦାଖଲ କରା ଯାଇଛି । ସଂଘ ତରଫରୁ ଜିଲ୍ଲା ସଭାପତି ବିଜୟ କୃଷ୍ଣ ସାହୁଏହି ଏତଲା ଦେବା ସହ ଏହାର ନକଲ କେନ୍ଦ୍ରାପଡା ଜିଲ୍ଲାପାଳ ଓ ଏସପିଙ୍କ ନିକଟକୁ ପଠାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଅଭିଯୋଗ ମୁତାବକ ଅଗଷ୍ଟ ମାସ ୨୮ ତାରିଖରେ କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅଧିନ ବେଣୀପୁର ଗ୍ରାମ ପଂଚାୟତ ର ବିରୂପା ନଦୀ ଘେରି ବନ୍ଧ ବନ୍ୟାଜଳ ଦ୍ୱାରା ଭାଙ୍ଗିଯାଇ ପଂଚାୟତ ଅଂଚଳର ଆଖପାଖ ଅଂଚଲର ଜନ ସାଧାରଣଙ୍କର କୋଟି କୋଟି ଟଙ୍କାର ସଂପତି ନଷ୍ଟ କରିଦେଲା । ଜଳ ସଂପଦ ବିଭାଗ ଅଧିନ ରେ ଥିବା ଏହି ନଦୀ ବନ୍ଧ ତିଆରି ପାଇଁ କିଛିଦିନ ପୂର୍ବରୁ ରାଜକୋହ ରୁ ପ୍ରାୟ ୬ କୋଟି ଟଙ୍କା ବ୍ୟୟ କରା ଯାଇଥିଲା । ଏହାକୁ ଉଭୟ ବିବାଗୀୟ ଯନ୍ତ୍ରୀ ମାନଙ୍କ ମାରଫତ୍ ରେ ଜନ ସାଧାରଣଙ୍କ ଅର୍ଥ ବ୍ୟୟ କରା ଯାଇଛି ।
ନିମ୍ନ ମାନର କାର୍ଯ୍ୟ ଓ ଖାମ ଖିଆଲି ଢଙ୍ଗରେ ନିର୍ମାଣ ବ୍ୟାପକ ପ୍ରିୟାପ୍ରିତୀ ତୋଷଣ ଓ ଅର୍ଥ ତୋଷରପାତ ଲକ୍ଷରେ ଏହାକୁ ମନମୁଖୀ ଭାବେ ତିଆରି କରା ଯାଇ ଥିବାରୁ ସରକାରୀ ଅର୍ଥ ପାଣିରେ ପଡିବା ସହ ଜନ ସାଧାରଣଙ୍କର କୋଟି କୋଟି ଟଙ୍କା ଶହ ଶହ ଏକର ଧାନ ଫସଲ ଓ ଘର ଦ୍ୱାର ବନ୍ୟା ଜଳରେ ଭାଙ୍ଗି ଧୋଇ ଯାଇଛି । ଏହି ଅଧିକାରୀ ମାନେ ଜନ ସାଧାରଣ ଓ ସରକାରଙ୍କ ବିଶ୍ୱାସ ଭଙ୍ଗ କରି ଥିବାରୁ ଏମାନଙ୍କ ବିରୋଧରେ ଅପରାଧିକ ମାମଲା ଦାୟର କରିବା ପାଇଁ ଜିଲ୍ଲା ସଚେତନ ନାଗରିକ ସଂଘ ତରଫରୁ ସଭାପତି ବିଜୟ କୃଷ୍ଣ ସାହୁ ଏତଲା ଦେଇଥିବା ଜଣା ପଡିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଆଇନ ଜୀବି ଗୈାର ପ୍ରସାଦ ମହାପାତ୍ର , ନେହେରୁ କୁମାର ସାହୁ, ନୃସିଂଘ ଚରଣ ରାଉତ, ପ୍ରଫୁଲ୍ଲ କୁମାର ସାହୁ, ରମାନାଥ ରାଉତ, ମାନସ ଦାସ, ବିପଦ ଭଞ୍ଜନ ଦାସ, ଗୋଲଖ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।