କନ୍ଧମାଳ ଜିଲ୍ଲାରେ ଆଜି ୮୬ ନୁଆ ସଂକ୍ରମିତ ଜିଲ୍ଲାରେ ମୋଟ ୨୮୪୪ରେ ପହଂଚିଲା : ୩ ଡାକ୍ତର,୨ କନେଷ୍ଟବଲ ଓ ଜଣେ ମହିଳା ସ୍ୱାସ୍ଥ୍ୟକର୍ମିଙ୍କ ସହ ୬ କରୋନା ଯୋଦ୍ଧା ସଂକ୍ରମିତ
କନ୍ଧମାଳ( ସନ୍ତୋଷ ମିଶ୍ର ) : ଆଜି କନ୍ଧମାଳ ଜିଲ୍ଲାରେ ୩ ଜଣ ଡାକ୍ତର,୨ ଜଣ କନେଷ୍ଟବଲ ଓ ଜଣେ ମହିଳା ସ୍ୱାସ୍ଥ୍ୟ କର୍ମିଙ୍କ ସମେତ ୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକ୍ରନ୍ତଙ୍କ ସଂଖ୍ୟା ୨୮୪୪ ରେ ପହଂଚିଛି । ସେମାନଙ୍କ ମଧ୍ୟରୁ ୨୩୩୭ ଜଣ ସଂକ୍ରମିତ ସୁସ୍ଥ ହୋଇ ସେମାନଙ୍କ ଘରକୁ ଫେରିଛନ୍ତି ।
ଆଜି ସୁଦ୍ଧା ଜିଲ୍ଲାରେ ମୋଟ ୧୫ ଜଣଙ୍କର କରୋନାରେ ମୃତୁ୍ୟ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ସୁଚନା ମିଳିଥିବାବେଳେ ଆଉ ୪୯୨ ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିସôିତ ହେଉଛନ୍ତି । ଆଜିର ଚିହ୍ନଟ ମାନଙ୍କ ମଧ୍ୟରୁ ୫୨ ଜଣ ପୁରୁଷ ରହିଥିବାବେଳେ ଆଉ ୩୪ ଜଣ ମହିଳା ରହିଛନ୍ତି ।
ସେମାନଙ୍କ ମଧ୍ୟରୁ ଫୁଲବାଣୀର ୪୬ ଜଣ ଥିବାବେଳେ ଘୁ.ଉଦୟଗିରି ଅଂଚଳର ୬ ଜଣ,କ.ନୁଆଗାଁର ଜଣେ,ଚକାପାଦର ୧୦ ଜଣ,ଖଜୁରିପଡାର ୨ ଜଣ,ଦାରିଙ୍ଗବାଡିର ୩ ଜଣ,ତୁମୁଡିବନ୍ଧର ୨ ଜଣ,ରାଇକିଆର ୨ ଜଣ,ଫିରିଙ୍ଗିଆ ଅଂଚଳର ୮ ଜଣ ଏବଂ ଅନ୍ୟନ୍ୟ ଅଂଚଳରେ ଚିହ୍ନଟ ହୋଇଥିବା ଆଉ ୪ ଜଣ ରହିଥିବା କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡି ଟ୍ୱିଟ୍ ଜରିଆରେ ସୁଚନା ଦେଇଛନ୍ତି । ତେବେ ଲୋକଙ୍କୁ ଅତି ଅବଶ୍ୟକ ନହେଲେ ଘରୁ ବାହାରିବାକୁ ବାରଣ କରାଯାଇଥିବାବେଳେ ଘରୁ ବାହାରିବାବେଳେ ମୁହଁରେ ମାସ୍କ ଲଗାଇବା ସହିତ ସାମାଜିକ ଦୁରତା ବଜାୟ ରଖି ଯାତାୟାତ କରିବାକୁ ପରାମର୍ଶ ଦେଇଛନ୍ତି ।