କେନ୍ଦ୍ରାପଡା : କେନ୍ଦ୍ରାପଡା ପୈାରାଂଚଳର ଜଣେ ପୂର୍ବତନ କାଉନସିଲର ବାଲି ଚୋର ଚାଲାଣରେ ସଂପୃକ୍ତ ରହି ହାଇୱା ଯୋଗେ ଦୈନିକ ଶହ ଶହ ଟ୍ରିପ ଚୋରା ଚାଲାଣ କରୁଥିବା ଅବିଯୋଗ ହୋଇଛି । ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ବ୍ରାହ୍ମଣୀ ନଦୀରୁ ବେଆଇନ ଭାବେ ବାଲି ମାଫିଆ ମାନେ ବାଲି ଉଠାଉ ଥିବାର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ବାଲି ମାଫିଆ ମାନେ ଗ୍ରାମବାସୀଙ୍କୁ ଧମକ ଦେବା ସହ ଗୁଣ୍ଡାରାଜ ସୃଷ୍ଟି କରି ନିଲାମ ହୋଇନଥିବା ଖାଦନରୁ ବେଆଇନ ଭାବେ ବାଲି ଉଠାଉଛନ୍ତି । ପ୍ରକାଶ ଯୋଗ୍ୟ ଯେ, ନିଲାମ ହୋଇ ନଥିବା ବ୍ରାହ୍ମଣୀ ନଦୀର ଅଳପୁଆ ଓ ଦାମୋଦର ପାଟଣା ବାଲି ଖାଦାନରୁ ଦୈନିକ ଶହ ଶହ ହାଇୱା ମାଧ୍ୟମରେ ବାଲି ଉଠାଇ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ଏହି ବାଲି ମାଫିଆ ମାନେ ଲୁଟି ନେଉଛନ୍ତି ।
ତେବେ ବାଲି ମାଫିଆ ମାନେ କେଉଁ ବାଟ ଦେଇ ବାଲିକୁ ହାଇୱା ମାଧ୍ୟମରେ ନେଉଛନ୍ତି ସେହି ରାସ୍ତାଟି ସଂପୂର୍ଣ୍ଣ ଭାବେ ବ୍ୟବହାର ଅନୁପଯୁକ୍ତ ହୋଇପଡିଛି । ଫଳରେ ଦୈନିକ ଛୋଟବଡ ଦୁର୍ଘଟଣା ମାନ ଘଟୁଛି । ଏହି ବାଲି ମାଫିଆ ମାନେ କେନ୍ଦ୍ରାପଡା ସହର ଖଡିଅଙ୍ଗ ଅଂଚଳର ଏବଂ ପଟ୍ଟାମୁଣ୍ଡାଇ ସହରର ହୋଇ ଥିବାରୁ ସେମାନେ ଗ୍ରାମବାସୀଙ୍କୁ ଧମକ ଦେବାସହ ଗୁଣ୍ଡାରାଜ ଚଳାଇଛନ୍ତି । ବାଲି ମାଫିଆ ମାନଙ୍କ ଏହି କାମରେ ପ୍ରତିବାଦ କରିବାରୁ ଗ୍ରାମବାସୀଙ୍କ ନାମରେ ବାଲି ମାଫିଆ ମାନେ ମିଥ୍ୟା ମକୋଦ୍ଦମା ରୁଜୁ କରି ନାନାଦି ପ୍ରକାର ହଇରାଣ ହରକତ କରୁଛନ୍ତି । ବାଲିଘାଟ ନିଲାମ କରିବା ସହ ସରକାରଙ୍କ ରାଜସ୍ୱ ଆଦାୟ, ପରିବେଶ ୁସରକ୍ଷା, ଧନ ଜୀବନ ସୁରକ୍ଷା, ରାସ୍ତାଘାଟର ସୁରକ୍ଷା ଇତ୍ୟାଦି କରିବା ଦାବିରେ ଶତାଧିକ ଗ୍ରାମବାସୀ ଅକ୍ଷୟ କୁମାର ରାଉତ, ପୂର୍ଣ୍ଣଚନ୍ଦ୍ର ରାଉତ, ବିଜୟ କୁମାର ରାଉତ, ଅନନ୍ତ କିଶୋର ରାଉତ, ସୁନିକ କୁମାର ରାଉତ, ଦେବାଶିଷ ରାଉତ, ହେମଲତା ରାଉତ, ସଂଜୁଲତା ରାଉତ, ସତ୍ୟ ସାଗରିକା ପରିଡାଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ ।