ସୁଭେନ୍ଦ୍ର ପଟ୍ଟାନାୟକ : ରାମେଶ୍ୱରମ ଦକ୍ଷିଣ ଭାରତର ସମୁଦ୍ର ଉପକୂଳରେ ଅବସ୍ଥିତ ଏକ ଦ୍ବୀପ ସହର ଯାହା ହିନ୍ଦୁ ମାନଙ୍କ ପାଇଁ ଗୋଟିଏ ପବିତ୍ର ତୀର୍ଥସ୍ଥାନ ଭାବରେ ପରିଚିତ l ଉତର ଭାରତରେ କାଶୀ ଯେପରି ପ୍ରସିଦ୍ଧ ଦକ୍ଷିଣ ଭାରତରେ ରାମେଶ୍ୱରମର ସେହି ମାନ୍ୟତା ରହିଛି l ହିନ୍ଦୁ ଧର୍ମରେ ଏହି ସବୁ ତୀର୍ଥସ୍ଥାନକୁ ଯାତ୍ରା କରିବାର ଅନେକ ମହତ୍ୱ ରହିଛି l ରାମେଶ୍ୱରମ ମଦ୍ରାସ ଠାରୁ ମାତ୍ର ୬00 କିଲୋମିଟର ଦକ୍ଷିଣରେ ଅବସ୍ଥିତ ,ଏହା ଏକ ସୁନ୍ଦର ଦ୍ବୀପ ଅଟେ l ଏଠାରେ ରାମାୟଣ ସମ୍ଭଦିତ ଅନେକ ଧାର୍ମିକ ସ୍ଥଳ ରହିଛି l
ଆପଣ ମାନେ କେବେ ଦେଖିଛନ୍ତି କି ପଥର ଭାସୁଥିବାର ,କୁହାଯାଇଛି ଯେ ଏମିତି କିଛି ପଥର ଅଛି ଯେଉଁଥିରେ ତ୍ରେତୟା ଯୁଗରେ ରାମସେତୁ ତିଆରି କରା ଯାଇଥିଲା l ରାମସେତୁର ପ୍ରକୃତ ନାମ ନଳ ନୀଳ ସେତୁ l ଦକ୍ଷିଣ ଭାରତ ବ୍ୟତୀତ ଶ୍ରୀଲଙ୍କା ,ଜାପାନ ସହିତ ଅନେକ ସ୍ଥାନରେ ଏହି ପ୍ରକାରର ପଥର ଦେଖିବାକୁ ମିଳିଥିଲା l ନଳ ନୀଳଙ୍କ ନେତୃତ୍ୱରେ ବାନର ସେନା ରାମସେତୁ ୩0 କିଲୋମିଟର ପର୍ଯ୍ୟନ୍ତ ତିଆରି କରିଥିଲେ ବୋଲି ପୌରାଣିକ ମତ ରହିଛି l
ବୈଜ୍ଞାନିକ ଗବେଷଣାରୁ ଜଣା ପଡିଛି ଯେ ଏକ ବିଶେଷ ପ୍ରକାରର ପଥର ସାହାଯ୍ୟରେ ଏହି ସେତୁବନ୍ଧ ତିଆରି ହୋଇଥିଲା , ବୈଜ୍ଞାନିକ ଭାଷାରେ ଏହି ପଥରର ନାମ “ପ୍ୟୁମାଇନ ଷ୍ଟୋନ “ଅଟେ l ଏହି ପ୍ରକାରର ପଥର ପାଣିରେ ବୁଡି ନଥାଏ l ରାମେଶ୍ୱରମରେ ସୁନାମି ଆସିବା ପରେ କୂଳରେ ଏହି ପ୍ରକାରର ପଥର ଦେଖା ଯାଇଥିଲା l କୁହାଯାଇଛି ଯେ ଏହି ପ୍ରକାରର ପଥର ଗୁଡିକ ଜ୍ୱାଳାମୁଖୀର ଲାଭାରୁ ଆକାର ନେଇଥାନ୍ତି l
ପ୍ୟୁମାଇନ ଷ୍ଟୋନମଧ୍ୟରେ ଥିବା ଛୋଟଛୋଟ କଣାରେ ପବନ ଭରି ରହିଥାଏ ,ଯାହା ଏହାକୁ ହାଲୁକା କରି ପାଣିରେ ବୁଡ଼ିବାକୁ ଦିଅନାହିଁ l କିନ୍ତୁ ଧୀରେଧୀରେ ଯେତେବେଳେ ଏହାର ଛିଦ୍ର ଗୁଡିକରେପାଣି ଭାରିଜା ଏହା ବୁଡ଼ିବାକୁ ଲାଗେ l ତେଣୁ ଏହି କାରଣରୁ ରାମସେତୁ କିଛି ଦିନ ପରେ ପାଣିରେ ବୁଡି ଯାଇଥିଲା l କାରଣ ଯାହା ହେଉନା କାହିଁକି ହିନ୍ଦୁ ମାନଙ୍କର ପୁରାଣରେ ରାମ ସେତୁର ଅନେକ ମାହାତ୍ମ୍ୟ ରହିଛି l