ଦାନଗଦୀ : ରବିବାର ବିଳମ୍ବିତ ରାତ୍ରିରେ ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ପିଙ୍ଗଲ ପଂଚାୟତ ନିମପଲ୍ଲୀର ଆଦିବାସୀ ଗ୍ରାମ ସୁରୁସାହିର ବୃଦ୍ଧ ଦମ୍ପତି ଶୈଳ ବାଲମୁଚ(୬୦)ଏବଂ ତାଙ୍କର ପତ୍ନୀ ସମ୍ବରୀ ବାଲମୁଚ(୫୫)ଙ୍କୁ ଘରେ ଥିବା ସମୟରେ ନିଅାଁି ଲଗେଇ ପୋଡି ଅତି ନିର୍ମମଭାବେ ହତ୍ୟା କରିଥିବା ନେଇ ସୋମବାର ବୃଦ୍ଧା ଦମ୍ପତିଙ୍କ ନାତୁଣୀ ବୋହୁ ମାଳତି ବାଲମୁଚ କଳିଙ୍ଗନଗର ଥାନାରେ ଅଭିଯୋଗ କରିଥିଲେ । ମାଳତୀଙ୍କ ଅଭିଯୋଗ ଆଧାରେ କଳିଙ୍ଗନଗର ପୋଲିସ ମାମଲାର ତଦନ୍ତ କରି କେଶ ନଂ ୧୧୫/୨୦ରେ ମାମଲା ରୁଜ୍ଜୁ କରି ଦଫା ୧୪୭/୧୪୮/୩୦୨/୪୩୬/୧୪୯/ଆଇ.ପି.ସି ସେକ୍ସନ -୪ ଦଫା ଅନୁଯାୟୀ ସେହି ଗ୍ରାମର ବିରିମା ଗାଗରାଇ(୪୦),ଶଙ୍କର ହେସା(୩୫),ତୋଫାନ ସିଙ୍କୁ(୩୮),ସାଗର ସିଙ୍କୁ (୩୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ ଜାରି ରଖିଛି ବୋଲି କଳିଙ୍ଗନଗର ଥାନା ଅଧିକାରୀ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ ସୂଚନା ଦେଇଛନ୍ତି ।
