Odisha news

ବେତନଟୀ ବ୍ଲକରୁ ପୁଣି ଜଣେ କରୋନା ଆକ୍ରାନ୍ତ : କୋଭିଡ ହସପିଟାଲକୁ ସ୍ଥାନାନ୍ତର

0

ବେତନଟୀ  :  ବେତନଟୀ ବ୍ଲକର ରାଇକମାରୁ ଆଉ ଜଣେ ବ୍ୟକ୍ତି କରୋନା ପଜିଟିଭ ହୋଇ ଥିବାର ଜଣା ପଡିଛି । ବେତନଟୀ ବ୍ଲକ ପ୍ରଶାସନକୁ ସୂଚନା ମିଳିବା ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ଠାବ କରା ଯାଇ ଥିଲା ଓ ତାଙ୍କୁ ବାଙ୍କିଶୋଳ କୋଭିଡ ଡାକ୍ତରଖାନାକୁ ସ୍ଥାନାନ୍ତର କରା ଯାଇ ଥିବାର ଜଣା ପଡିଛି । ଏହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଥିବା ବ୍ୟକ୍ତି ମାନଙ୍କର ତାଲିକା ପ୍ରସ୍ତୁତ କରା ଯାଉ ଥିବାର ପ୍ରଶାସନ ସୂଚନା ଦେଇଛି । ଅନ୍ୟ ପକ୍ଷରେ ବେତନଟୀ ବଜାର ଚଣ୍ଡି ମନ୍ଦିର ନିକଟରୁ ଜଣେ ବେପାରୀଙ୍କ କରୋନା ପଜିଟିଭ ବାହାରିବା ପରେ ତାଙ୍କର ସଂସ୍ପର୍ଶରେ ଆସି ଥିବା ବ୍ୟକ୍ତି ମାନଙ୍କ ତାଲିକା ପ୍ରସ୍ତୁତ କରା ଯାଉଛି । ବେତନଟୀ ବିଡିଓ ସ୍ମୃତି ରଞ୍ଜନ ମଲ୍ଲିକଙ୍କ ନିଦେ୍ର୍ଦଶକ୍ରମେ ବେତନଟୀ ଦମକଳ ଅଧିକାରୀ ରବୀନ୍ଦ୍ର କୁମାର ସେଠୀ ଓ ଅନ୍ୟ ଦମକଳ କର୍ମଚାରୀ ମାନେ ଆଜି ଚଣ୍ଡି ମନ୍ଦିର ନିକଟରେ ଥିବା ଉକ୍ତ ବ୍ୟକ୍ତିଙ୍କ ଦୋକାନ, ଆଖପାଖ ଦୋକାନ ଗୁଡିକୁ ବିଶୋଧନ କରି ଥିଲେ ।

ଏହା ବ୍ୟତୀତ ଏହି ବ୍ୟକ୍ତି ବେତନଟୀ ଜାତୀୟ ରାଜପଥ ବିଶ୍ରାମ ଗୃହ ଓ ଅନ୍ୟ କେତେକ ସରକାରୀ କାର୍ଯ୍ୟାଳୟକୁ ବିଶୋଧନ କରା ଯାଇଛି । ଏହି ବେପାରୀ ଜଣକ ନିଜର ପୈତୃକ ଗ୍ରାମକୁ ନିୟମିତ ଯିବା ଆସିବା କରୁ ଥିଲେ । ତେଣୁ ଗ୍ରାମବାସୀଙ୍କ ଦାବିକ୍ରମେ ଆସନ୍ତାକାଲି ଉକ୍ତ ବ୍ୟକ୍ତିଙ୍କ ପୈତୃକ ଗ୍ରାମ ଉଦିପୁରା ଓ ରାଇକମାକୁ ବିଶୋଧନ କରିବାକୁ ବିଡିଓ ଦମକଳ ବାହିନୀକୁ ନିଦେ୍ର୍ଦଶ ଦେଇଛନ୍ତି । ଏହି ବ୍ୟକ୍ତିଙ୍କ ନିକଟ ସଂସ୍ପର୍ଶରେ ଆସି ଥିବା ବ୍ୟକ୍ତି ଓ ପରିବାରର ଲୋକମାନେ ଗୃହ ସଙ୍ଗରୋଧରେ ରହି ଥିବାର ଜଣା ପଡିଛି । କଳମାରେ ତିନି ଜଣ କରୋନା ପଜିଟିଭ ବାହାରିବା ପରେ ଏଠାରେ ଆଂଶିକ କର୍ଫ୍ୟୁ ଜାରି କରା ଯାଇଛି । ପ୍ରଶାସନର ଏହି ନିଦେ୍ର୍ଦଶକୁ ଏଠାକାର ଲୋକ ମାନେ ସମ୍ମାନ ଦେଇ ପାଳନ କରି ଥିବାର ଦେଖା ଯାଇଛି । କଳମା ଗ୍ରାମଟି ବିଧାୟକ ସନାତନ ବିଜୁଳିଙ୍କ ନିଜ ଗ୍ରାମ ହୋଇ ଥିବାରୁ କରୋନା ନିପାତ ପାଇଁ ଏହି ଅଞ୍ଚଳର ଲୋକ ମାନଙ୍କର ସହଯୋଗ ଓ ସହଭାଗିତାକୁ ବିଧାୟକ ପ୍ରଶଂସା କରିଛନ୍ତି । ଲୋକ ମାନଙ୍କୁ ଯଥା ସମ୍ଭବ ଘରେ ରହିବାକୁ, ମାସ୍କ ବ୍ୟବହାର କରିବାକୁ, ସାମାଜିକ ଦୂରତା ବଜାୟ ରଖିବାକୁ ବିଧାୟକ ଜନ ସାଧାରଣଙ୍କୁ ନିବେଦନ କରିଛନ୍ତି

Leave A Reply