ପିପିଲି : ଆଜି ପିପିଲି ସ୍ଥିତ ନିଜ ବାସଭବନ ରେ ନାଟ୍ୟକାର କାଶୀନାଥ ସାହୁ 108 ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି l ସ୍ଵର୍ଗତ କାଶୀନାଥ ହେଉଛନ୍ତି ପୁରୀସ୍ଥିତ ଅର୍ଣ୍ଣପୂର୍ଣ୍ଣ ରଙ୍ଗ ମଞ୍ଚ ର ଏକ ଭିନ୍ନ କଳାକାର l ଯେ କି ଓଡ଼ିଶା ରେ ପ୍ରଥମ କରି ପୁରୁଶ ହୋଇ ନାରୀ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ ମୋହି ନେଉ ଥିଲେ l ତାଙ୍କ ର ଅଭିନୟ ଏତେ ନିଖୁଣ ଥିଲା ଯେ ସେ ପାଇଁ ସେ ଅନେକ୍ ଗୁଡିଏ ସମ୍ମାନ ର ଅଧିକାରୀ ହୋଇ ପାରି ଥିଲେl
ତାଙ୍କ ପିଲା ଦିନେ ନାଟକ “ଧରମା ” କରି ସେ ଉଚ ପ୍ରଶଂସିତ ହୋଇ ଥିଲେ. ଏହି ନାଟକ ଟି ସେହି ସମୟରେ ଚହଳ ସୃଷ୍ଟି କରିଥିଲା l ଏଥି ସହିତ ସେ ସହେ ରୁ ଉର୍ଦ୍ଧ ନାଟକରେ ଅଭିନୟ କରିଥିଲେ l ତାଙ୍କ ଜନ୍ମିତ ମାଟି ନିକଟସ୍ଥ ହରିପୁର ହୋଇ ଥିବା ବେଳେ ସେ ପିପିଲି ବଜାର୍ ରେ ରହି ଏକ ସିନେମା ହଲ୍ କରିଥିଲେ l ଆହୁରି ମଧ୍ଯ ଶିକ୍ଷା ର ଉନ୍ନତି କ୍ଷେତ୍ରରେ ପିପିଲି ମହାବିଦ୍ୟାଳୟ, ଯାବାହାର୍ ଉଚ ବିଦ୍ୟାଳୟ ଏବଂ ପିପିଲି ଉଚ ବିଦ୍ୟାଳୟ ର ନିର୍ମାଣ ରେ ତାଙ୍କ ର ଅବଦାନ ଅତୁଳନୀୟ ଥିଲା l
ସେ ଥିଲେ ଏମିତି ଏକ ପ୍ରତିଭା ଯେ କି ଅନ୍ୟ ର ଅସୁବିଧା ସମୟରେ ପାଖ ରେ ଛିଡା ହୋଇ ଯାଆନ୍ତି. ଆଜି ସନ୍ଧ୍ୟାରେ ତାଙ୍କ ମୃତ୍ୟୁ ବେଳକୁ ପାଖରେ ସମସ୍ତ ପୁଅ ବୋହୂ ନାତି ନାତୁଣୀ ଉପସ୍ଥିତ ଥିବା ବେଳେ ପିପିଲି ଅଂଚଳର ବହୁ ବ୍ୟକ୍ତି ଆସି ପିପିଲି ସ୍ଥିତ ବାସଭବନରେ ଶେଷ ଦର୍ଶନ କରିଛନ୍ତିl