ନିମାପଡା,୨୮ା୭ା ନିମାପଡା ପୁରୁଣା ମାଛ ମାର୍କେଟ ନିକଟସ୍ଥ ଆକ୍ସିସ ବ୍ୟାଙ୍କର ଜଣେ କର୍ମଚାରୀ ଓ ଏହି ବ୍ଲକ ରେଂଚ ପଂଚାୟତର ଅନ୍ୟ ଜଣେ ଯୁବକଙ୍କ ସ୍ୱାବ୍ ଟେଷ୍ଟ ରିପୋର୍ଟ ପଜିଟିଭ ବାହାରିଥିବା ଜଣାପଡିଛି ।ଆକ୍ସିସ ବ୍ୟାଙ୍କରେ ଚାକିରୀ କରିଥିବା ନିମାପଡା ବଜାରର ୩୦ ବର୍ଷିୟ ଯୁବକ ଶନିବାର ସ୍ୱାବ୍ ଟେଷ୍ଟ ପାଇଁ ପଠାଇଥିବା ବେଳେ ମଙ୍ଗଳବାର ତାଙ୍କ ରିପୋର୍ଟ ପଜିଟିଭ ଆସିଛି ।ତାଙ୍କ ପରିବାରର ସମସ୍ତ ସଦସ୍ୟ ଏବଂ ବ୍ୟାଙ୍କ କର୍ମଚାରୀମାନଙ୍କୁ ହୋମ କ୍ୱାରେନ ଟାଇନ ରହିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।ବ୍ୟାଙ୍କକୁ ବିଶୋଧନ କରିବା ପାଇଁ ବ୍ୟାଙ୍କର ହେଡ ଅଫିସ ତରଫରୁ ସାନିଟାଇଜ ଟିମ ଆସିବେ ବୋଲି ସୂଚନା ମିଳିଛି ।
ସେହିପରି ରେଂଚ ପଚାୟତର ହାଇଦ୍ରାବାଦ ଫେରନ୍ତା ୨୬ ବର୍ଷର ଜଣେ ଯୁବକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।ଆକ୍ରାନ୍ତ ଦ୍ୱୟଙ୍କୁ ନିମାପଡା କଲେଜ କୋଭିଡ କେୟାର ସେଂଟରକୁ ପଠାଇ ଦିଆଯାଇଥିବା ବିଡିଓ ମନୋଜ ବେହେରା ପ୍ରକାଶ କରିଛନ୍ତି ।ସେହିପରି ନିମାପଡା ବ୍ଲକ ଭୋଗଶାଳଦା ପଂଚାୟତ ଅଶାଲୋ ନିଳଗିରି ସାହିର ଏକ ୩ବର୍ଷର ଶିଶୁ କନ୍ୟା କରୋନାରେ ଆକ୍ରାନ୍ତ ହୋଇଛି ।ଝିଅର ପିତା ଓମାନରୁ ଫେରି ନିମାପଡା ଏନ୍ଏସିରେ ଥିବା ଏକ ଘରୋଇ ମଣ୍ଡପରେ ୧୪ ଦିନ ହୋମ କ୍ୱାରେନଟାଇନରେ ରହିଥିଲେ ।ଏବଂ ତାଙ୍କ ସ୍ୱାବ ପରୀକ୍ଷା ନମୁନା ନେଗେଟିଭ ଆସିବା ପରେ ସେ ଗାଁକୁ ଯାଇଥିଲେ ।ତାଙ୍କ ୩ ବର୍ଷର ଝିଅର ସ୍ୱାବ୍ ନମୁନା ପଜିଟିଭ ବାହାରିଥିବା ଜଣାପଡିଛି ।ଦିନକୁ ଦିବ୍ନିମାପଡା ଅଂଚଳରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତାର କାରଣ ହୋଇଛି ।
