Odisha news

କାଶୀନଗର ବ୍ଲକର ରାଣୀପେଣ୍ଠ ଛକରେ ମର୍ମନ୍ତୁକ ସଡ଼କ ଦୁର୍ଘଟଣା

0

ଗଜପତି ଜିଲ୍ଲା କାଶୀନଗରରୁ ଆନନ୍ଦ ଚନ୍ଦ୍ର ପାତ୍ର , ତା 15/5/23 : ପାରଳାଖେମୁଣ୍ଡି ଉପକଣ୍ଠ ରାଣିପେଣ୍ଠ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ବାଇକ୍‌କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଶନିବାର ବାଇକ୍‌ଟି ଗୁମ୍ମା ବ୍ଲକର ଗାଇବା ପଞ୍ଚାୟତର ବଡ଼ବାରଡ଼ା ଗ୍ରାମର ଜସେଫ ଗମାଙ୍ଗ ଓ ତାଙ୍କ ପୁଅ ଯଶମନ୍ତ ଗମାଙ୍ଗ କୌଣସି କାମରେ ପାରଳାଖେମୁଣ୍ଡି ଅଭିମୁଖେ ବାଇକ୍‌ରେ ବାହାରିଥିଲେ। ସେହି ସମୟରେ ତାଙ୍କ ପଛପଟରୁ ଗୋଟେ ଟ୍ରକ୍‌ ଦ୍ରୁତଗତିରେ ଆସି ଓଭରଟେକ କରିବା ସମୟରେ ଜସେଫଙ୍କ ବାଇକକୁ ଧକ୍କା ଦେଇଥିଲା । ଫଳରେ ବାଇକ୍‌ ପଛରେ ବସିଥିବା ଜସେଫଙ୍କ ପୁଅ ପଡିଯିବା ଯୋଗୁ ଘଟଣାସ୍ଥଳରେ ଯଶବନ୍ତଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଖସି ପଳାଇବାକୁ ଚେଷ୍ଟା କରୁଥିବା ସମୟରେ ପୋଲିସ ଡ୍ରାଇଭରକୁ ଧରିବାରେ ସକ୍ଷମ ହୋଇଛି । ଘଟଣା ସ୍ଥଳରେ କ୍ଷତି ପୂରଣ ଦାବିରେ ସ୍ଥାନୀୟ ବାସିନ୍ଦା ରାଣୀ ପେଣ୍ଠ ଛକ ଠାରେ ମୃତ ନାବାଳକର ଶବ କୁ ଧରି ରାସ୍ତା ଅବରୋଧ କରିଥିଲେ ଯାହା ଫଳରେ କାଶୀନଗର ଓ ଗୁମ୍ମା ଯିବା ନିମନ୍ତେ ଯାତାୟାତ ବାଧା ପ୍ରାପ୍ତ ହୋଇଥିଲା. ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ ଆରମ୍ଭ କରିଛି

Leave A Reply