ରମ୍ଭା ତା 13/05/2023 ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଐତିହାସିକ ରମ୍ଭା ଚନ୍ଦନ ଯାତ୍ରା ଅନ୍ତିମ ତଥା ସପ୍ତମ ଦିନରେ ଭଉଁରୀ ଯାତ୍ରା ହର୍ଷତୋଫୁଲ ସହ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି l ପ୍ରଭୁ ମଦନମୋହନ ଓ ଚନ୍ଦ୍ରଶେଖରଙ୍କୁ ପାରମ୍ପରିକ ସହକାରେ ଜଗନ୍ନାଥ ମନ୍ଦିର ପାଲିଙ୍କିରେ ଉଭୟ ଜୀଉଙ୍କୁ କାନ୍ଧେଇ ଚନ୍ଦନ ପୋଖରୀକୁ ଘଣ୍ଟ କାହାଳି, ମୃଦଙ୍ଗ ଦ୍ୱାରା ଅଣାଯାଇ ଶ୍ରୀ ଜୀଉଙ୍କୁ ଚନ୍ଦନ ପୋଖରୀରେ ୨୧ ଥର ଚାପ ଖେଳ ହୋଇ ପରିସମାପ୍ତି ଘଟିଥିଲା l ସ୍ନାନ ଯାତ୍ରା ଦେଖିବା ପାଇଁ ସଂଖ୍ୟାଧିକ ଦର୍ଶକଙ୍କ ଭିଡ଼ ଜମିଥିଲା l ସାହି ବସ୍ତି ପରିଭ୍ରମଣ ସମୟରେ ଶ୍ରୀ ଜୀଉଙ୍କୁ ପୂଜା ସାମଗ୍ରୀ ବଢ଼ାଯାଇ ପୁକାର୍ଚନା ସାଙ୍ଗକୁ ସ୍ଥାନେ ସ୍ଥାନେ ହୁଳହୁଳିରେ ସହର କମ୍ପିଉଠୁ ଥିଲା l ଆୟୋଜିତ ଯାତ୍ରାବସରରେ ରାଜରାସ୍ତା ପାର୍ଶ୍ଵରେ ଉଠା ଦୋକାନୀ, ରଙ୍ଗ ବେରଙ୍ଗର ଆଲୋକସଜା, ବହୁ ଉଚ୍ଚତା ସମ୍ପର୍ଣ ମେଢ଼ ନିର୍ମାଣ ହୋଇଥିଲା l ଏତଦ ବ୍ୟତୀତ ଶିଶୁ କଳାକାର ମାନଙ୍କ ଦ୍ୱାରା ନାଟକ ପରିବେଷଣ, ବାରମାସୀ ଦଣ୍ଡ, ଗାହାଣି, ଭାରତ ଲୀଳା, ଘୁଡୁକି, ଅପେରା, ବାଡ଼ିଖେଲ, ଗୋଟିପୁଅ ନାଚ, ଛକ ଜାଗାମାନଙ୍କରେ ଅନୁଷ୍ଠିତ ହୋଇଥିଲା l ଏହା ସାଙ୍ଗକୁ ଠାକୁରଙ୍କ ପହଣ୍ଡି ସମୟରେ ମାନସିକ ବେଶଧାରୀ ହନୁମାନ, ରାଧାକୃଷ୍ଣମୂର୍ତ୍ତି , ଭୀମ ଦୁଃଶାସନ ଯୁଦ୍ଧ, କର୍ଣ୍ଣର୍ଜୁନ ଯୁଦ୍ଧ, ଦାନବୀର ହରିଶ୍ଚନ୍ଦ୍ର, କାଳୀ ଜ୍ୱାଳା କାଳୀ ମୁଖ୍ୟ ଆକର୍ଷଣ ପାଲଟିଥିଲା l ତତସହିତ ରାଜପଥ ପାର୍ଶ୍ଵରେ ଅବସ୍ଥାପିତ ବହୁ ଉଚତା ସମ୍ପର୍ଣ୍ଣ ମେଢ଼ କାଳୀ, ଜ୍ୱାଳା କାଳୀ, ମହିଷା ମର୍ଦ୍ଧିନୀ ଦୁର୍ଗା,ହରିଅର୍ଜୁନ, ରାଧା କୃଷ୍ଣ, ଲଷ୍ମୀ ନାରାୟଣ, ରାମଚନ୍ଦ୍ରଙ୍କ ପଟାଭିସେଜ ସମେତ ଶ୍ରଦ୍ଧାଳୁ ତଥା ଦର୍ଶକଙ୍କ ଦୃଷ୍ଟି ନିବିଦ୍ଧ ରହିଥିବା ଲକ୍ଷ୍ୟ କରାଯାଇଥିଲା l ସହର ଉପକଣ୍ଠରେ ମୀନlବଜାର, ରାମଦୋଳି, ବ୍ରେକ ଡେନ୍ସ, ଟୁରା ଟୁରା, ସମେତ ଅନେକ କାର୍ଯ୍ୟକ୍ରମ ସାମିଲ ହୋଇଥିଲେ ମଧ୍ୟ ଗୋଟିଏ ପଟେ ଶିଶୁମାନଙ୍କ ଅଝଟ ଲାଗିରହିଥିବା ବେଳେ ଅନ୍ୟପଟେ ନେତାଜୀ ଯୁବ ପରିଷଦ ପକ୍ଷରୁ ସଦାନନ୍ଦ ନାୟକଙ୍କ ନେତୃତ୍ୱରେ ରାଜୁପାତ୍ର, ଅଧୀର ନାୟକ, ସିଦ୍ଧାର୍ଥ ଶଙ୍କର, କ୍ଷେତ୍ର ମୋହନ ବେହେରା ପ୍ରମୁଖ ମୁଖ୍ୟାଂଶରେ ରହି କ୍ଲବର ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ l ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ରମ୍ଭା ସହର ଡିଜେ ଶବ୍ଦରେ ଜନ ସମୁଦ୍ର ଭିତରେ ଡୁବି ରହିଥିଲା l ସହରକୁ ରଙ୍ଗ ବେରଙ୍ଗର ଆଲୋକସଜା ଭିନ୍ନ ରୁପ ଜଣାପଡିଥିଲା l ଦିନ ଅପେକ୍ଷା ରୌଦ୍ର ତାପ ବୃଦ୍ଧିକୁ ଦୃଷ୍ଟିରେ ରଖି ସଂନ୍ଧ୍ୟା ବେଳେ ଥଣ୍ଡା ମିଜାଜର ଓ ଆଶ୍ବସ୍ତିକୁ ଖୋରାକ ଯୋଗାଉଥିଲା l ଏତଦ ବ୍ୟତୀତ ପ୍ରତ୍ୟେକ ଦିନ ବିଭିନ୍ନ ସ୍ବେଛାସେବୀ ସଂଗଠନ, କଳିଙ୍ଗ ମହିଳା ବୈଶ୍ୟ ସଂଘ, କଳିଙ୍ଗ ବୈଶ୍ୟ ଯୁବକ ସଂଘ, ବଣିକ ଓ ଶିଳ୍ପ ସଂଘ, ମାରୱାଡି ସଂଘ, ସାଇବାବା ଆଶ୍ରମ ପକ୍ଷରୁ ବିଭିନ୍ନ ଦିନ ଭିନ୍ନ ଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଉଥିଲା l ଯାତ୍ରା ଦର୍ଶକ ଏହାକୁ ଉତ୍ସହର ସହ ସେବନ କରୁଥିବା ଲକ୍ଷ୍ୟ କରାଯାଇଥିଲା l