Odisha news

ଆଜି ହେଉଛି କାର୍ତିକ ପୁର୍ଣିମା, କାହିଁକି ଏହାକୁ କୁହାଯାଏ ଦେବ ଦୀପାବଳୀ ? ଆପଣାନ୍ତୁ ଏହିସବୁ ଉପାୟ, ସମସ୍ତ ବିପଦରୁ ଦୁରେଇ ରୁହନ୍ତୁ

0

କାର୍ତିକ ପୁର୍ଣିମାର ବିଶେଷତ୍ୱ ଆମ ହିନ୍ଦୁ ପରମ୍ପରାରେ ଅନେକ ମାତ୍ରାରେ ରହିଛି l ମାନ୍ୟତା ଅନୁସାରେ ଏହିଦିନ ଆମର ପୁରୁଣା ପରମ୍ପରା ସଂକୃତିକୁ ନେଇ ବିଭିନ୍ନ ପ୍ରଥା ପ୍ରଚଳିତ ହୋଇ ଆସୁଛି l ପୁରୁଣା ଯୁଗରେ ଏହାକୁ ଅନ୍ୟ ଗୋଟିଏ ନାମରେ ମଧ୍ୟ ପ୍ରଚଳିତ ଥିଲା l ଏହିଦିନ ଦେବ ଦୀପାବଳୀ ପାଳନ କରାଯାଇ ଥାଏ l କାରଣ ଏହିଦିନ କାର୍ତିକ ଙ୍କ ଦ୍ୱାରା ତାରକା ଅସୁର ର ବଧ ହୋଇଥିଲା l  ଯେଉଁ କାରଣରୁ ଦେବତା ଗଣ ଆନନ୍ଦିତ ହୋଇ କାର୍ତିକ ପୁର୍ଣିମା ଦିନ ଦେବ ଦୀପାବଳୀ  ପାଳନ କରିଥିଲେ l ମାନ୍ୟତା ରହିଛି ଯେ ଏହିଦିନ ଯଦି ଆମେ ଭଗବାନଙ୍କୁ ସ୍ମରଣ କରି ଦୀପଦାନ କରିବା ତେବେ ଆମର ସମସ୍ତ ମନସ୍କାମନା ପୁର୍ଣ ହେବ l

* ଯଦି ଆପଣଙ୍କ ରୋଜଗାର ବୃଦ୍ଧି ହେଉନାହିଁ ତେବେ କାର୍ତିକ ପୁର୍ଣିମା ଦିନ ମା ଲକ୍ଷ୍ମୀଙ୍କ ନିକଟରେ ଘିଅ ଦୀପ ଅର୍ପଣ କରନ୍ତୁ l ମାନ୍ୟତା ରହିଛି ଯେ ଏପରି କରିବା ଦ୍ୱାରା ରୋଜଗାର ରେ ବୃଦ୍ଧି ହୋଇଥାଏ l

* ବିଭିନ୍ନ ଦୁର୍ଘଟଣା ରୁ ରକ୍ଷା ପାଇବା ପାଇଁ କାର୍ତିକ ପୁର୍ଣିମା ସଙ୍କଟ ମୋଚନ ହନୁମାନଙ୍କୁ ଫଟୋ ନିକଟରେ ରାଶିତେଲ ଦୀପ ଦାନ କରନ୍ତୁ l ମାନ୍ୟତା ଅନୁସାରେ ଏପରି କରିବା ଦ୍ୱାରା ସମସ୍ତ ଦୁର୍ଘଟଣା ରୁ ରକ୍ଷା ପାଇବେ l ତା ସହିତ ଆପଣଙ୍କ ବିରୋଧୀ ମଧ୍ୟ ପରାସ୍ତ ହେବେ l

* ଯଦି ପାଠ ପଢ଼ାରେ ମନ ଲାଗୁନାହିଁ କିମ୍ବା ସଫଳତା ଅନୁସାରେ ଫଳ ପ୍ରାପ୍ତି ହେଉନାହିଁ ତେବେ ଏହିଦିନ ସରସ୍ବତୀଙ୍କ ନିକଟରେ ଘିଅ ଦୀପ ଜଳାଇବା ସହିତ ସରସ୍ବତୀ ସ୍ତୁତି ପାଠ କରନ୍ତୁ l ସରସ୍ବତୀ ସ୍ତୁତି ପାଠ କଲେ ନିୟମିତ ଜୀବନରୁ ଅଜ୍ଞାନର ଅନ୍ଧକାର ଦୂର ହୋଇଥାଏ l

* ଚାକିରୀ କ୍ଷେତ୍ରରେ ଉନ୍ନତି ପାଇଁ କିମ୍ବା ଚାକିରୀରେ ପ୍ରମୋସନ ପାଇବା ପାଇଁ କାର୍ତିକ ପୁର୍ଣିମା ଦିନ ଭଗବାନ ବିଷ୍ଣୁଙ୍କ ନିକଟରେ ଘିଅ ଦୀପ ଦାନ କରନ୍ତୁ l ଦେଖିବେ ଚାକିରୀ ଜନିତ ସମସ୍ୟା ଦୂର ହେବ l

* ଯଦି ଆପଣ ଏହିଦିନ ବିଶେଷ ଭାବରେ ନିଜର ଯେ କୌଣସି କାର୍ଯ୍ୟକୁ କରିବା ପୂର୍ବରୁ ଘରର ଗୁରୁଜନ ମାନଙ୍କର ଆଶୀର୍ବାଦ ନେବେ ତେବେ ସମସ୍ତ ଅଟକି ଥିବା କାମ ମଧ୍ୟ ହୋଇଯିବ l ତା ସହିତ ଦାନ ର ମଧ୍ୟ ଖୁବ ମହତ୍ୱ ରହିଛି, ଯଦି ଦାନ କରିବେ ତେବେ ସମସ୍ତ ବିପଦରୁ ରକ୍ଷା ପାଇବେ l

Leave A Reply