Odisha news

ଏକତାରେ ଭିନ୍ନତା କାର୍ତିକ ପୂର୍ଣିମା, ଗୋଟିଏ ନିଆରା ପରମ୍ପରାର ସମଷ୍ଟି

0

ହିନ୍ଦୁ ଧର୍ମ ର ପଞ୍ଚାଙ୍ଗ ଅନୁସାରେ ବର୍ଷର ଅଷ୍ଟମ ମାସ ହେଉଛି କାର୍ତ୍ତିକ ମାସ । କାର୍ତ୍ତିକ ମାସର ଶୁକ୍ଳପକ୍ଷ ର ପୂର୍ଣ୍ଣିମା କୁ କାର୍ତ୍ତିକ ପୂର୍ଣ୍ଣିମା ଭାବରେ ମାନ୍ୟତା ଦିଆଯାଇ ଥାଏ । ସୃଷ୍ଟିର ଆରମ୍ଭରୁ କାର୍ତ୍ତିକ ପୂର୍ଣ୍ଣିମା ଦିନ ଟିର ଖୁବ୍ ବିଶେଷତ୍ଵ ରହିଛି । ପୁରାଣରେ ଏହି ଦିନଟି ର ଖୁବ୍ ମହତ୍ତ୍ଵ ରହିଛି ।

ଉଭୟ ବିଷ୍ଣୁ ଓ ଶୈବ ଭକ୍ତଙ୍କ ପାଇଁ କାର୍ତ୍ତିକ ପୂର୍ଣ୍ଣିମା ମହତ୍ତ୍ଵ ପୂର୍ଣ୍ଣ ଅଟେ । ବିଷ୍ଣୁ ପୁରାଣର ମାନ୍ୟତା ଅନୁସାରେ ଏହିଦିନ ଭଗବାନ୍ ବିଷ୍ଣୁ ନିଜର ପ୍ରଥମ ଅବତାର ମତ୍ସ୍ୟ ଅବତାର ଗ୍ରହଣ କରିଥିଲେ । ଭଗବାନ୍ ବିଷ୍ଣୁ ଙ୍କୁ ଏହି ଅବତାର ବେଦ ର ରକ୍ଷା , ପ୍ରଳୟ ର ଶେଷ ମୁହୂର୍ତ୍ତ ରେ ସପ୍ତଋଷି ଙ୍କ ରକ୍ଷା , ଖାଦ୍ୟ ଓ ରାଜା ସତ୍ୟବ୍ରତ ରକ୍ଷା ପାଇଁ ଏହି ନେବାକୁ ପଡ଼ିଥିଲା । ଏହାଦ୍ବାରା ସୃଷ୍ଟି ର ନିର୍ମାଣ କାର୍ଯ୍ୟ ପୁନର୍ବାର ସମ୍ଭବ ହେଲା।

ଶୈବ ପୁରାଣ ର ମାନ୍ୟତା ଅନୁସାରେ ଏହି ଦିନ ଭଗବାନ୍ ଶିବ ତ୍ରିପୁରାସୁର କୁ ବଧ କରିଥିଲେ । ଦେବଗଣ ଏହାଦ୍ବାରା ଖୁବ୍ ଖୁସି ହୋଇଥିଲେ ଓ ଭଗବାନ୍ ବିଷ୍ଣୁ ମହା ଆନନ୍ଦରେ ଦେବ ମହାଦେବ ଙ୍କୁ ତ୍ରିପୁରାରୀ ନାମରେ ନାମିତ କରିଥିଲେ । ତେଣୁ ଏହି ଦିନ ଟିକୁ ତ୍ରିପୁରା ପୂର୍ଣ୍ଣିମା ବୋଲି ମଧ୍ୟ କୁହାଯାଏ ।

କାର୍ତ୍ତିକ ପୂର୍ଣ୍ଣିମା  ଶିଖ ଧର୍ମ ରେ ମଧ୍ୟ ଖୁବ୍ ଗୁରୁତ୍ଵ ପୂର୍ଣ୍ଣ , ଶିଖ ସମ୍ପ୍ରଦାୟ ର ଲୋକେ ଆଜିର ଦିନଟିକୁ ପ୍ରକାଶ ଉତ୍ସବ ଭାବରେ ପାଳନ କରି ଥାଆନ୍ତି । କାରଣ ଆଜିର ଦିନରେ ଶିଖ ଧର୍ମର ଗୁରୁ ନାନକ ଙ୍କ ଜୟନ୍ତୀ ଅଟେ ।

ଇତିହାସ ପୃଷ୍ଠାରେ ଓଡ଼ିଆ ପରମ୍ପରା ର ଗୋଟିଏ ସ୍ଵତନ୍ତ୍ର ପରିଚୟ ରହିଛି ।  ପୁରୁଣା ଯୁଗରେ ଆଜିର ଦିନରେ ଓଡ଼ିଆ ବଣିକ ପୁଅ ନିଜର ବୋଇତ ମେଲାଇ ଦେଇଥାଏ ସମୁଦ୍ର ରେ । ସେହି ସମୟରେ ଓଡ଼ିଆ ସାଧବାଣୀ ୧୬ ଶୃଙ୍ଗାର ହୋଇ ନିଜ ସ୍ୱାମୀର ଶୁଭ ମନାସି ବିଦାୟ ଦେଇଥାଏ । ଓଡ଼ିଆ ବଣିକ ପୁଅ   ବିଭିନ୍ନ ରାଜ୍ୟକୁ ଯାଇ ଓଡ଼ିଶାର ଉଚ୍ଚ କୋଟୀର  ଶସ୍ୟ ଓ ମସଲା ରପ୍ତାନି କରି ଆସିଥାଏ  । ତେଣୁ ଆଜିର ଦିନଟି ଓଡ଼ିଶା ଇତିହାସ ରେ ବୋଇତ ବନ୍ଦାଣ ଭାବରେ ପରିଚିତ ।

Leave A Reply